ରାଜ୍ୟ ସ୍ତରୀୟ ଖେଳକୁଦ ପ୍ରତିଯୋଗୀତା ପାଇଁ ଯୋଗ୍ୟତା ହାସଲ କଲେ ମାଆ ବୁଢାକେନ୍ଦୁ ସ୍ପୋର୍ଟସ କ୍ଲବ୍ ର 6 ସଦସ୍ୟ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-କ୍ରୀଡ଼ା କ୍ଷେତ୍ରରେ ବେଲଗୁଣ୍ଠା ବ୍ଳକ୍ ପାଇଁ ଗୌରବ ଆଣିଛନ୍ତି ମାଆ ବୁଢାକେନ୍ଦୁ ସ୍ପୋର୍ଟସ କ୍ଲବ୍ ର 6 ଯୁବ ଖେଳାଳୀ I ଗଞ୍ଜାମ ଜିଲ୍ଳା କ୍ରୀଡ଼ା ସଂସଦ ଆନୂକୂଲ୍ଯରେ ବ୍ରହ୍ମପୁର ସ୍ଥିତ ଇଞ୍ଜିନିୟର୍ଇଂ କଲେଜ୍ ଷ୍ଟାଡିୟମରେ ଅନୁଷ୍ଠିତ ଦୁଇ ଦିନିଆ ଖେଳକୁଦ ପ୍ରତିଯୋଗୀତାର ବିଭିନ୍ନ ବିଭାଗର ବେଲଗୁଣ୍ଠା ବ୍ଳକ୍ ମାଆ ବୁଢା କେନ୍ଦୁ ସ୍ପୋର୍ଟସ କ୍ଳବ୍ ର 6 ସଦସ୍ୟ ରାଜ୍ୟ ସ୍ତରୀୟ ଖେଳକୁଦ ପ୍ରତିଯୋଗୀତା ପାଇଁ ଯୋଗ୍ୟତା ହାସଲ କରିଛନ୍ତି I ସୂଚନା ପ୍ରକାରେ ଅନୁଷ୍ଠିତ କ୍ରୀଡ଼ା ପ୍ରତିଯୋଗିତା ମାଆ ବୁଢାକେନ୍ଦୁ ସ୍ପୋର୍ଟସ କ୍ଳବ୍ ର 20 ବର୍ଷରୁ କମ୍ ବିଭାଗର ଉଚ୍ଚ ଡ଼ିଆଁରେ କାହ୍ନୁ ଚରଣ ବିଷୋୟୀ ପ୍ରଥମ ସ୍ଥାନ, 18 ବର୍ଷରୁ କମ୍ ବିଭାଗରେ ଉଚ୍ଚ ଡ଼ିଆଁରେ ବିଘ୍ନ ରାଜ୍ ନାୟକ ଦ୍ୱିତୀୟ ସ୍ଥାନ, 16 ବର୍ଷରୁ କମ୍ ବିଭାଗରେ 400 ମିଟର ଦୌଡରେ ବିଦ୍ୟାଧର ଗୌଡ଼ ପ୍ରଥମ ସ୍ଥାନ, ଉଚ୍ଚ ଡ଼ିଆଁରେ ଭୋଳା ଶଙ୍କର ସ୍ଵାଇଁ ପ୍ରଥମ ସ୍ଥାନ ଏବଂ 14 ବର୍ଷରୁ କମ୍ ବିଭାଗରେ ଲମ୍ବ ଡ଼ିଆଁରେ ଓଁ ପ୍ରସାଦ ଗୋଛାୟତ ପ୍ରଥମ ସ୍ଥାନ ଓ ବିଶ୍ୱାସରାୟ ତ୍ରିପାଠି 100 ମିଟର ଦୌଡ଼ରେ ପ୍ରଥମ ସ୍ଥାନ ହାସଲ କରି ରାଜ୍ୟ ସ୍ତରୀୟ ଖେଳକୁଦ ପ୍ରତି ଯୋଗୀତା ପାଇଁ ଯୋଗ୍ୟତା ଲାଭ କରିଛନ୍ତି I ଏହି ଜିଲ୍ଲା ସ୍ତରୀୟ କ୍ରୀଡ଼ା ପ୍ରତିଯୋଗୀତାରେ କ୍ରୀଡ଼ା ପରିଚାଳକ ଭାବେ କ୍ରୀଡ଼ା ଶିକ୍ଷକ ଆଶୁତୋଷ ସ୍ୱାଇଁ, କ୍ରୀଡ଼ା ପ୍ରଶିକ୍ଷକ ଭାବେ ବିଭୁତି ଭୁଷଣ ପ୍ରଧାନ ଓ ଦୁର୍ଗା ଚରଣ ଶତପଥୀ ଯୋଗଦେଇଥିବା ବେଳେ କୋଚ୍ ଭାବେ ଯୁବ କ୍ରୀଡ଼ା ପ୍ରତିଭା ସାଫି ଉପସ୍ଥିତ ଥିଲେ I ସମସ୍ତ କ୍ରୀଡାବିତ୍ ଙ୍କୁ ଅଞ୍ଚଳବାସୀ ଶୁଭେଚ୍ଛା ଜଣାଇଛନ୍ତି I