ରାଜ୍ୟ ସ୍ତରୀୟ ଟିମର ଭରତପୁର ପଞ୍ଚାୟତ ପରିଦର୍ଶନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଞ୍ଚାୟତକୁ ଏକ ରାଜ୍ୟ ସ୍ତରୀୟ ଏକ ଟିମ ରାଜ୍ୟ ପଞ୍ଚାୟତରାଜ ଏବଂ ପାନୀୟ ଜଳ ଯୋଗାଣ ବିଭାଗର ଯୁଗ୍ମ ନିର୍ଦେଶକ ତଥା ନୋଡାଲ ଅଧିକାରୀ ଏମ.ଏଫ. ଖାନଙ୍କ ନେତୃତ୍ୱରେ ପରିଦର୍ଶନ କରି ପଞ୍ଚାୟତରେ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମଜି.ଏନ.ଆର.ଜି.ଏସ.)ରେ ହୋଇଥିବା ଖଜିରିଆ ପୋଖରୀ, ଭରତପୁର ଗ୍ରାମୀଣ ପାଠାଗାର, ଉଜ୍ଜ୍ୱଳ ଆଲୋକୀକରଣ ବ୍ୟବସ୍ଥା, ସ୍ୱଜଳ ଧାରାରେ ନିର୍ମିତ ପମ୍ପହାଉସ, ମେହେନ୍ଦିପୁରଗ୍ରାମର ଗ୍ରାମୀଣ ପାର୍କ,ପଞ୍ଚାୟତ ଭବନ, ଲାଲବାହାଦୂର ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ନିର୍ମିତ ସ୍ମାର୍ଟ ପାଠାଗାର, ମଧ୍ୟାହ୍ନ ଭୋଜନ ହଲ, ସ୍କୁଲ ପରିସରକୁ ରାସ୍ତା, ସିଏଫସି ଓ ଏସଏଫସି ଯୋଜନାର ବିଭିନ୍ନ ପ୍ରକଳ୍ପ ସମେତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ହୋଇଥିବା ବିଭିନ୍ନ ଗ୍ରାମର ହିତାଧିକାରୀଙ୍କ ବାସଗୃହ ପ୍ର୍ରଭୃତି ପରିଦର୍ଶନ କରିଥିଲେ । ଏଥିସହିତ ହିତାଧିକାରୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ପରିଦର୍ଶନ ସହିତ ଲାଲବାହାଦୂର ସରକାରୀ ହାଇସ୍କୁଲ ପରିସରରେ ଏବଂ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଦାସ, ସରପଞ୍ଚ ଜୀନତପ୍ରିୟଦର୍ଶିନୀ ରାଉତ, ସହକାରୀ ଯନ୍ତ୍ରୀ ଆକୁଳି ଚରଣ ସାହୁ, କନିଷ୍ଠ ଯନ୍ତ୍ରୀ ସଶ୍ମିତା ନାୟକ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସହକାରୀ ପ୍ରକଳ୍ପ ନିର୍ଦେଶକ, କେନ୍ଦ୍ରାପଡା ବ୍ଲକର ଏପିଓ ପ୍ରମୁଖଙ୍କ ସହ ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ପରିଦର୍ଶନ ପରେ ଟିମର ମୁଖ୍ୟ ଏମ.ଏଫ.ଖାନ ପ୍ରକଳ୍ପ କାର୍ଯ୍ୟ ଦେଖି ସନ୍ତୋଷ ବ୍ୟକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ