ରାଜ୍ୟ ସ୍ତରୀୟ ଦିବାରାତ୍ର ଭଲିବଲ ଏସଡିଏଏ କପ ଗୁମା ଚମ୍ପିୟାନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ଉପଖଣ୍ଡ କ୍ରୀଡା ସଂଘ ଦ୍ୱାରା ଆୟୋଜିତ ହୋଇଥିଲା ରାଜ୍ୟ ସ୍ତରୀୟ ଦିବାରାତ୍ର ଭଲିବଲ ପ୍ରତିଯୋଗିତା ଏସଡିଏଏ କପ ।ଏଥିରେ ୧୨ଗୋଟି ଦଳ ଭାଗନେଇଥିଲେ ଓ ଏହା ୯ଦିନଧରି ଚାଲିଥିଲା । ଏସଡିଏଏ କପର ଫାଇନାଲ ମ୍ୟାଚରେ ଚମ୍ପିୟାନ ହୋଇଛି ଗଜପତି ଜିଲ୍ଲାର ଗୁମା ଟିମ ଓ ରନର୍ସଅପ ହୋଇଛନ୍ତି ବାରଖମା ଟିମ । ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ବଜେଡ ସାଂସଦ ପ୍ରତିନିଧି ତଥା ବିଜେଡି ବ୍ଲକ ସଭାପତି ଟୁନା ଦାସ,ସମ୍ମାନୀତ ଅତିଥୀ ଭାବେ ଜିଲ୍ଲାପରିଷଦ ଅଧକ୍ଷା ନନ୍ଦିନୀ ମଳିକ,ବାଲିଗୁଡା ବିଧାୟକ ଚକ୍ରମଣି କହଁର, ନଗର ସାଂସଦ ପ୍ରତିନିଧି ଲୋକନାଥ ପାଢି,ଏନଏସି ଅଧକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ,ଉପାଦକ୍ଷ ଶାନ୍ତି ନାୟକ ପ୍ରମୁଖ ମଂଚାସୀନ ହୋଇଥିଲେ । ଉପଖଣ୍ଡ କ୍ରୀଡା ସଂଘ ଦ୍ୱାରା ଅତିଥୀ ଶ୍ରୀ ଟୁନା ଦାସଙ୍କୁ ମୁଖ୍ୟ ପୃଷ୍ଠପୋଷକ ଭାବେ ସମ୍ମାନୀତ କରାଯାଇଛି । ଫାଇନାଲ ମ୍ୟାଚ ସରିବା ପରେ ଚମ୍ପିୟାନ ଗୁମା ଟିମକୁ ଟ୍ରଫି ସମେତ ୩୩ହଜାରତିନିଶହ୩୩ଟଙ୍କା ପ୍ରଦାନ କରାଯାଇଛି ସେହିଭଳି ରନର୍ସଅପ ଦଳ ବାରଖମା ଟିମକୁ ଟ୍ରଫି ସମେତ ୨୨ହଜାରଦୁଇଶହବାଇଶି ଟଙ୍କା ପ୍ରଦାନ କରାଯାଇଛି । ଉପଖଣ୍ଡ କ୍ରୀଡା ସଂଘର ଉପସଭାପତି ସେକ ସାଦିକ,ସମ୍ପାଦକ ଡ ଶୁଶାନ୍ତ କୁମାର ଦାସ,ପ୍ରଶାନ୍ତ କୁମାର ସାହୁ,ଗଙ୍ଗାଧର ପଣ୍ଡା,ଶ୍ରିନିବାସ ଦୋରା,ମାନସ ଆଚାର୍ଯ୍ୟ,ଶିବାନନ୍ଦ ପଟ୍ଟନାୟକ,ସୁଜିତ ପାଳ ଓ ଅନ୍ୟ ସଦସ୍ୟ ମାନେ ରହି ଏଥିରେ ସହଯୋଗ କରିଥିଲେ । ପୋଲିସ ପ୍ରଶାସନ ତରଫରୁ ଆଇନଶୃଙ୍ଖଳା ପରିସ୍ଥିତି ଅନୁଧ୍ୟାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ