ରାଜ୍ୟ ସ୍ତରୀୟ ଦିବା ରାତ୍ର ଯଯାତି କେଶରୀ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

ବରୀ, (ଚୈତନ୍ୟ ଜେନା):ଚଳିତ ମାସ ୨୨ତାରିଖ ଦିନ ରାଜ୍ୟ ସ୍ତରୀୟ ଯଯାତି କେଶରୀ ମେମୋରିଆଲ ଦିବାରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟ୍ ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅର୍ନ୍ତଗତ ସାହୁପଡା-ଧାରପୁର ଛକ ନିକଟସ୍ଥ କଚେରୀ ପଡ଼ିଆରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ସଞ୍ଜିବ ସେନାର ଆବାହକ ସଞ୍ଜିବ କୁମାର ଜେନା ପ୍ରକାଶ କରିଛନ୍ତି । ରବିବାର ଅନୁଷ୍ଠିିତ ଚୂଡାନ୍ତ ବୈଠକରେ ରାଜ୍ୟର ସୁନାମ ଧନ୍ୟ ୪ ଗୋଟି ଦଳ ଯଥା ଏପି ସିକ୍ସର ଭଲିବଲ ଟିମ୍ ବାଲେଶ୍ୱର, ସ୍ପୋର୍ସ ହଷ୍ଟେଲ୍ ଭୁବନେଶ୍ୱର, ସୂର୍ଯ୍ୟଶିଖା ସ୍ପୋର୍ସ କ୍ଲବ ଭଦ୍ରକ ଏବଂ ପାରାଦୀପ ସ୍ପୋର୍ସ କ୍ଲବ୍‌, ପାରାଦୀପ ମଧ୍ୟରେ ଅନୁଷ୍ଠିତ ହେବ । ଏହି ଚୂଡାନ୍ତ ବୈଠକରେ ଗୁରୁ ଚରଣ ଦାସ, ତୁଷାର ଶ୍ୟାନ୍ତି, ବିବେକାନନ୍ଦ ଜେନା, ସଚିଦାନନ୍ଦ ଜେନା, ସୁବ୍ରତ କୁମାର ଜେନା, ଅଭିରାମ ଦାସ, ବିକ୍ରମ କେଶରୀ ଜେନା, ନରେନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ମ୍ୟାଚ୍‌ର ସିଧାପ୍ରସାରଣ ଆଞ୍ଚଳିକ କେବୁଲ ଓ ନ୍ୟୁଜ୍ ଚ୍ୟାନେଲ ମାଧ୍ୟମରେ କରାଯିବ । ବିଭିନ୍ନ ବିଭାଗରେ ଅଞ୍ଚଳ ପାଇଁ ଗୌରବ ଆଣିଥିବା ପ୍ରତିଭାବାନ ବ୍ୟକ୍ତି ବିଶେଷଙ୍କୁ ସଞ୍ଜିବ ସେନା ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା ନେଇ ଆବାହକ ଶ୍ରୀ ଜେନା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ