ରାଜ୍ୟ ସ୍ତରୀୟ ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କଲେ କେ. ଆରିୟାନ : ଶୁଭେଚ୍ଛା ଜଣାଇଲେ ଜିଲ୍ଲାପାଳ
ଛତ୍ରପୁର, (ଦେବଦତ୍ତ ମହାରଣା) :-ବ୍ରହ୍ମପୁର ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ନୃତ୍ୟ ପ୍ରତିଯୋଗିତାରେ ଛତ୍ରପୁରର ଚଣ୍ଡିଛକସ୍ଥିତ ଡିଏସଆର ଡ୍ୟାନ୍ସ ଏକାଡେମୀର ଛାତ୍ର କେ. ଆରିୟାନ ପାତ୍ର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏନେଇ ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗଞ୍ଜାମ ଏସପି ବ୍ରିଜେସ୍ କୁମାର ରଏ ଓ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଆରିୟାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଗତ ୨୩ ତାରିଖ ଠାରେ ବ୍ରହ୍ମପୁର ଠାରେ ରକ ଷ୍ଟାର ଡ୍ୟାନ୍ସ ଏକାଡେମୀ ଦ୍ୱାରା ଆୟୋଜିତ ବିଗ ବି ସୋ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଏକ ଆଧୁନିକ ଗୀତରେ ନୃତ୍ୟ ପରିବେଷଣ କରି ବିଚାରକଙ୍କ ମାନଙ୍କ ମନ ମୋହିଥିଲେ । ସେଠାରେ ଓଲିଓଡ ତାରକା ଭୁମିକା ଦାଶ ଆରିଆନ୍ ଟ୍ରଫି ପ୍ରଦାନ କରିବା ସହ ସମ୍ବର୍ଦ୍ଦନା ପ୍ରଦାନ କରିଥିଲେ । କେ. ଆରିୟାନ ପାତ୍ର ପୂର୍ବରୁ ବ୍ରହ୍ମପୁର ଠାରେ ଫ୍ୟୁଜନ ଡ୍ୟାନ୍ସ ଏକାଡେମୀ ଦ୍ୱାରା ଆୟୋଜିତ ହୋଇଥିବା ଜିଲ୍ଲା ସ୍ତରୀୟ ନୃତ୍ୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ । ତାଙ୍କର ଏହି ସଫଳତାରେ ଡିଏସଆର ଡ୍ୟାନ୍ସ ଏକାଡେମୀର ନିର୍ଦ୍ଦେଶକ ଏମ. ରବୀନ୍ଦ୍ର ରେଡ୍ଡି, ସାଇ ଶ୍ରୀ ନୃତ୍ୟ ଏକାଡେମୀର ମଧୁସ୍ମିତା ପଟ୍ଟନାୟକ, ବିବିଧା ଫାଉଣ୍ଡେସନ୍ ର ସମ୍ପାଦକ ପ୍ରଶାନ୍ତ କୁମାର ପଟ୍ଟନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ଜିତେନ୍ କୁମାର ପରିଡା ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।


