ରାଜ୍ୟ ସ୍ତରୀୟ ପ୍ରତିଭା ଚୟନ ଶିବିର ପାଇଁ କେନ୍ଦ୍ରାପଡା ଜିଲ୍ଲାରୁ ୪୭ଜଣ ମନୋନ୍ୱିତ

କେନ୍ଦ୍ରାପଡା – ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା କ୍ରୀଡା ଛାତ୍ରାବାସରେ ନାମ ଲେଖାଇବା ପାଇଁ ଚଳିତ ଅଗଷ୍ଟମାସ ୨୪ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଭୂବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ରାଜ୍ୟ ସ୍ତରୀୟ କ୍ରୀଡା ଛାତ୍ରାବାସ ପାଇଁ ପ୍ରତିଭା ଚୟନ ଶିବିର ନିମନ୍ତେ କେନ୍ଦ୍ରାପଡା ଜିଲ୍ଲାରୁ ୪୭ଜଣ ଛାତ୍ରଛାତ୍ରୀ ମନୋନ୍ୱିତ ହୋଇଥିବା ଜିଲ୍ଲା କ୍ରୀଡା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମନୋନ୍ୱିତ ହୋଇଥିବା ସମସ୍ତ ଛାତ୍ରଛାତ୍ରୀ ଆସନ୍ତା ୨୪ତାରିଖ ଦିନ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଭୂବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ପହଁଚିବେ । ଏହି ଛାତ୍ରଚାତ୍ରୀମାନଙ୍କୁ ଜିଲ୍ଲାପାଳ ସମର୍ଥ ବର୍ମା ଶୁଭେଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ