ରାଜ୍ୟ ସ୍ତରୀୟ ବିଜୁ ପଟ୍ଟନାୟକ ଫୁଟବଲ କପ ଟୁର୍ଣ୍ଣାମେଂଟ ଉଦଯାପିତ,କେନ୍ଦ୍ରାପଡାର ସୁରଜ ସ୍ପୋଟିଂ କ୍ଲବ ଚମ୍ପିୟନ
କେନ୍ଦ୍ରାପଡା – କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ ଓଡିଶା ଖଣିି ନିଗମ ଦ୍ୱାରା ଆୟୋଜିତ ରାଜ୍ୟ ସ୍ତରୀୟ ବିଜୁ ପଟ୍ଟନାୟକ ଫୁଟବଲ କପ ଟୁର୍ଣ୍ଣାମେଂଟର ଗୁରୁବାର ସପ୍ତମ ଦିବସ ଫାଇନାଲ ମ୍ୟାଚ ଖେଳରେ କେନ୍ଦ୍ରାପଡାର ସୁରଜ ସ୍ପୋଟିଂ କ୍ଲବ କେନ୍ଦ୍ରାପଡାର ଲେବର ସ୍ପୋଟିଂ କ୍ଲବକୁ ୪-୧ ଗୋଲରେ ହରାଇ ବିଜୟୀ ହୋଇ ଚମ୍ପିୟନ ଆଖ୍ୟା ଅର୍ଜ୍ଜନ କରିଛି । ଏହି ଉପଲକ୍ଷେ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ଦଳର କ୍ରୀଡାବୀତମାନଙ୍କୁ ଶୁଭେଛା ଜଣାଇବା ସହିତ ରନର୍ସଅପ ଦଳ ଲେବର ସ୍ପୋଟିଂ କ୍ଲବକୁ ୧୦ହଜାର ଟଙ୍କା ଓ ରନର୍ସଅପ ଟ୍ରଫି ଏବଂ ଚମ୍ପିୟନ ଦଳ ସୁରଜ ସ୍ପୋଟିଂ କ୍ଲବକୁ ବିଜୁ ପଟ୍ଟନାୟକ ଟ୍ରଫି ଓ ୧୫ହଜାର ଟଙ୍କା ପ୍ରଦାନ କରିଥିଲେ । ଏଥି ସହିତ ସୁରଜ ସ୍ପୋଟିଂ କ୍ଲବର ଖେଳାଳି ଫଗୁକୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ । ଉତ୍ସବରେ ମୁଖ୍ୟବକ୍ତା ଭାବେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ସମର୍ଥ ବର୍ମା, ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର, ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି ଟୁର୍ଣ୍ଣାମେଂଟକୁ ପ୍ରଦୀପ୍ତ ମହାନ୍ତି, ରିୟାଜ ଖାନ, ମହମ୍ମଦ ଜୋହା, କିର୍ତ୍ତି ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିବା ବେଳେ ଫୁଟବଲ ସଙ୍ଘ ସଭାପତି ମହମ୍ମଦ ଅମୀର, ସମ୍ପାଦକ ସେକ ସଲ୍ଲାଉଦ୍ଦିନ, ସହ ସମ୍ପାଦକ ସେକ ନସିମୁଦ୍ଦିନ, ସେକ ଅସଲାମ, ସୟଦ ଅବଦୁଲ ସତ୍ତାର, କଲିମ ଖାନ, ଗୁଡନ ଖାନ, ଆକ୍ରମ ଖାନ, ସାରୁକ ଖାନ, ସେକ ମୁକ୍ତାର, ସେକ ସୋଫିୟାନ, ସେକ ସଲିମ, ଜ୍ୟୋତିର୍ମୟ ଦାସ ପ୍ରମୁଖ ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ ।