ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳା ରେ ରକ୍ତ ଦାନ ଶିବିର ୫୭ୟୁନିଟ ରକ୍ତ ସଂଗୃହୀତ

ବରଗଡ଼, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ସ୍ତରୀୟ ୫୧ତମ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୪-୨୫ ଅବସର ରେ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପଡିଆ, ବରପାଲି ଠାରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଧାକାନ୍ତ ଛାତ୍ରୀ ଙ୍କ ତତ୍ବାବଧାନ ରେ ଡି ଏସ ଏସ ଧିରୋଜ ପଟ୍ଟନାୟକ, ବ୍ଲକ ଶିକ୍ଷା ଅଧିକାରୀ ପାଇକମାଲ ଚୂଡ଼ାମଣି ବାରିକ,ବ୍ଲକ ଶିକ୍ଷା ଅଧିକାରୀ ରାଜ ବୋଡାସମ୍ବର ଲୋକନାଥ ଭୋଇ,ବ୍ଲକ ଶିକ୍ଷା ଅଧିକାରୀ ଗାଇସିଲେଟ ନାରାୟଣ ଭୋଇ,ବ୍ଲକ ଶିକ୍ଷା ଅଧିକାରୀ ବରପାଲି ମୁକୁନ୍ଦ ମାହାଣା ଶିକ୍ଷକ ମନୋହର ଦାଶ, ବିରେନ୍ଦ୍ର ନାଗ, ଅନିଲ ସାବତ ପ୍ରମୁଖ ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ। ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ #୫୭ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ଏହି ଶିବିର କୁ ନିଷ୍ଠା ପରିବାର ର ସମସ୍ତ ସଦସ୍ୟ ସଦସ୍ୟା ସୁପରିଚାଳନା କରିଥିଲେ। ପରିଶେଶ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଅନ୍ୟ କର୍ମଚାରୀ ମାନଙ୍କୁ ଏକ ଉପଢୌକନ ଓ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ଓ ଜିଲ୍ଲା ଶିକ୍ଷା ବିଭାଗ ବରଗଡ଼ ତରଫ ରୁ ନିଷ୍ଠା ପରିବାର କୁ ମଧ୍ୟ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ରକ୍ତ ଦାତା ମାନଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ