ରାଜ୍ୟ ସ୍ତରୀୟ ବିଶାଳ ଯୁବ ବିକ୍ଷୋଭ ଓ ପ୍ରତିବାଦ କାର୍ଯ୍ୟକ୍ରମ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ବାଲେଶ୍ୱର ଜିଲ୍ଲା ଫାଣ୍ଡି ଛକ ନିକଟରେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ଅଧକ୍ଷତାରେ ଗୁରୁବାର ଏକ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଯାଇଛି ।ବୈଠକରେ  ନବୀନ ପଟ୍ଟନାୟକଙ୍କ ଦୀର୍ଘ କୋଡିଏ ବର୍ଷର ସ୍ଥିର ଶାସନ ପରେ ମଧ୍ୟ ଓଡିଶାର ଯୁବବର୍ଗ ଆଜି ବୋରୋଜଗାର ଓ ବିଷାଦଗ୍ରସ୍ତ। ତାହା ସମ୍ଭବ ହେଇଛି କେବଳ ତାଙ୍କ ଅପାରଗତା ଓ ଶାସନରେ ସ୍ଥାଣୁତା ପାଇଁ।ତାହାର ପ୍ରତିବାଦ ସ୍ବରୂପ ଆଜି ଭାରତୀୟ ଜନତା ଯୁବମୋର୍ଚ୍ଚା ରାଜ୍ୟ ସ୍ତରୀୟ ଏକ ବିଶାଳ ଯୁବ ବିକ୍ଷୋଭ ଓ ପ୍ରତିବାଦ କାର୍ଯ୍ୟକ୍ରମର ଡାକରା ଦେଇଥିଲେ।ସେହି ପରିପ୍ରେକ୍ଷୀରେ ବାଲେଶ୍ବର ଯୁବମୋର୍ଚ୍ଚା ସ୍ଥାନୀୟ ଫାଣ୍ଡିଛକ ଠାରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଚଦ୍ରଶେଖର ନନ୍ଦ,ପ୍ରବୀର ଶଙ୍କର ଦାସ ,ରଞ୍ଜିତ କୁମାର ପ୍ରଧାନ,ବିକାଶ ପାଢୀ,ଲୋକନାଥ ଭୂୟାଁ ,ଶ୍ରୀୟା ଦାସ ,ମନୋଜ ପଦାର,ମନ୍ମୟ ଦାସ,ଶିବ ଶଙ୍କର ରାୟ,ହରେନ୍ଦ୍ର ପ୍ରଧାନ,ରଂଜିତ କୁମାର ପୃଷ୍ଟି ,କମଳା ବିନ୍ଧାଣୀ, ଶିପ୍ରା ବାଜପେୟୀ,ସରୋଜ ହାଯ଼ରା,ସତ୍ୟଜିତ ମିଶ୍ର ,ଚିତ୍ତରଞ୍ଜନ ପଣ୍ଡା ,ମନଜ ଆଚାର୍ଯ୍ୟ ସୁବୋଧ କୁମାର ପଣ୍ଡା,ପିଙ୍କି ପ୍ରଧାନ, ଉତ୍ତମ ଦାସ ଉପସ୍ଥିତିରେ   ସରକାର ବିରୋଧୀ ସ୍ଲୋଗାନ ଦେଇ ଶେଷରେ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ସହିତ ଅନେକ କେନ୍ଦ୍ରୀୟ ଯୋଜନାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ପ୍ରତିବାଦରେ ଯୁବମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇ ବ୍ୟାପକ ଆନ୍ଦୋଳନ କରିବ ବୋଲି ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ