ରାଜ୍ୟ ସ୍ତରୀୟ ଭଲିବଲ ଟିମ ପାଇଁ ମୟୁରଭଞ୍ଜ ଜିଲ୍ଲାର ଉଭୟ ମହିଳା ଓ ପୁରୁଷ ଖେଳାଳି ଚୟନ
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର): ରାଜସ୍ଥାନର ଜୟପୁର ଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ଭଲିବଲ ଚାମ୍ପିୟାନସିପ ପାଇଁ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ଆନୁକୂଲ୍ୟରେ ରାଜ୍ୟ ଭଲିବଲ ଟିମ ପାଇଁ ପ୍ରତ୍ୟେକ ଜିଲ୍ଲାରୁ ଖେଳାଳି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ବୋଲି ଭଲିବଲ ସହ ସମ୍ପାଦକ ପାର୍ଥ ସାରଥୀ ସ୍ୱାଇଁ ଜଣାଇଛନ୍ତି I ମୟୁରଭଞ୍ଜ ଜିଲ୍ଲାର ଇଛୁକ ଉଭୟ ମହିଳା ଓ ପୁରୁଷ ଖେଳାଳି ମାନେ ଚଳିତ ମାସ ୨୨ ତାରିଖ ଦିନ ବାରିପଦା ଷ୍ଟାଡିୟମ ଅଫିସରେ ସକାଳ ୮ଟା ସୁଦ୍ଧା ଡିଜିଟାଲ ଜନ୍ମ ପ୍ରମାଣ ପତ୍ର ସହ ନିଜନିନର ନାମ ପଞ୍ଜିକରଣ କରିଵା ସହ ଚୟନ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିପାରିବେ ବୋଲି ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଜଣାଇଛନ୍ତି I ଚୟନ ପ୍ରକ୍ରିୟାରେ ବହୁ ସଂଖ୍ୟାରେ ଖେଳାଳି ଯୋଗ ଦେବା ପାଇଁ ରାଜ୍ୟ ଭଲିବଲ ଉପସଭାପତି ମନୋରଞ୍ଜନ ଜୀଉ ଅନୁରୋଧ କରିଛନ୍ତି I


