ରାଜ୍ୟ ସ୍ତରୀୟ ଭାରତ ସ୍କାଉଟ ଓ ଗାଇଡ ଶିବିର, ବାପୁଜୀ ହାଇସ୍କୁଲର ସଫଳତା
ନବରଙ୍ଗପୁର,(ୱାଏନଏସ):ଭୁବନେଶ୍ୱରରେ ଆୟୋଜିତ ରାଜ୍ୟ ସ୍ତରୀୟ ଭାରତ ସ୍କାଉଟ ଓ ଗାଇଡ କ୍ୟାମ୍ପ ପ୍ରତିଯୋଗିତାରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ବାପୁଜୀ ଉଚ୍ଚ ବିଦ୍ୟାଳୟକୁ ଉଲ୍ଲେଖନିୟ ସଫଳତା ମିଳିଛି । ବିଦ୍ୟାଳୟକୁ ୮ ଟି ସ୍ଵର୍ଣ, ୧ ଟି ରୌପ୍ୟ ମିଳିଥିବା ବେଳେ ଗ୍ରୁପ ଡ୍ୟାନ୍ସରେ ପ୍ରଥମ ସ୍ଥାନ ଅଧିକାର କରିଛି, ବାପୁଜୀ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଏଭଳି ସଫଳତା ତେନ୍ତୁଳିଖୁଣ୍ଟି ବ୍ଲକ ସମେତ ସମଗ୍ର ନବରଙ୍ଗପୁର ଜିଲ୍ଲା ପାଇଁ ଗୌରବର ବିଷୟ ହୋଇଛି, ଯାହାକି ବାପୁଜୀ ହାଇସ୍କୁଲର ସଂସ୍କୃତ ଶିକ୍ଷୟତ୍ରୀ ତଥା ଗାଇଡ କ୍ୟାପଟେନ ଜ୍ଞାନଜ୍ୟୋତି ମହାନ୍ତି, ସ୍କାଉଟ ମାଷ୍ଟର ଜ୍ୟୋତିଷ ରଞ୍ଜନ ପଟ୍ଟନାୟକଙ୍କ ସମେତ ପ୍ରଧାନ ଶିକ୍ଷକ ଉମରସିଂ ନାୟକ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଏହାର ଶ୍ରେୟ ଯାଉଛି । ରାଜ୍ୟ ସ୍ତରୀୟ ଭାରତ ସ୍କାଉଟ ଓ ଗାଇଡ ଶିବିର ଚଳିତ ମାସ ୧୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ଭୁବନେଶ୍ୱର ସ୍ଥିତ ୟୁନିଟ ୩ରେ ଅନୁଷ୍ଠିତ ହୋଇଥିଲା, ଏଥିରେ ରାଜ୍ୟର 24 ଗୋଟି ଜିଲ୍ଲାର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ, ତେବେ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଶ୍ରୀକାନ୍ତ ପଟ୍ଟନାୟକ ଫୁଡ ଫେଷ୍ଟିଭାଲ, କଳା କାରିଗରୀ ଏବଂ ବିତର୍କରେ ତିନୋଟି ସ୍ଵର୍ଣ ପଦକ ହାସଲ କରିଥିବା ବେଳେ ସ୍କାଉଟ ଗାଇଡ କୁଇଜ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଛନ୍ତି, ବିଦ୍ୟାଳୟ ଛାତ୍ର ପର୍ଶୁରାମ ନାୟକ କାରିଗରୀ କଳାରେ ସ୍ଵର୍ଣ ପଦକ ହାସଲ କରିଛନ୍ତି, ସେହିପରି ଛାତ୍ରୀ ରୁଚିତା ଶତପଥୀ ବକ୍ତୃତା ରେ ସ୍ଵର୍ଣ ପଦକ ହାସଲ କରିଥିବା ବେଳେ ଦେବକୀ ଚଲାଣ ଗ୍ରୁପ ଡ୍ୟାନ୍ସରେ ସ୍ଵର୍ଣ ଏବଂ ମେହା ବାଘ ମଧ୍ୟ ଗ୍ରୁପ ଡ୍ୟାନ୍ସ ଓ ଫୁଡ ଫେଷ୍ଟିଭାଲରେ ଦୁଇଟି ସ୍ଵର୍ଣ ପଦକ ହାସଲ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି, ଅପରପକ୍ଷରେ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ଗ୍ରୁପ ଡ୍ୟାନ୍ସ ରେ ପ୍ରଥମ, ଫୁଡ ଫେଷ୍ଟିଭାଲ ରେ ଦ୍ଵିତୀୟ,ଫିଜିକାଲ ଡିସପ୍ଲେ ଏବଂ କ୍ୟାମ୍ପ ଫାୟେର ରେ ତୃତୀୟ ସ୍ଥାନ ଅଧିକାର କରିଥିବା ସୂଚନା ମିଳିଛି, ଜାତୀୟ ସ୍କାଉଟ ଓ ଗାଇଡର ଭାଇସ ପ୍ରେସିଡେଣ୍ଟ ତଥା ରାଜ୍ୟ ଭାରତ ସ୍କାଉଟ ଓ ଗାଇଡ ର ଚିଫ କମିଶନର ଡ଼.କାଳୀ ପ୍ରସାଦ ମିଶ୍ର କୃତି ପ୍ରତିଯୋଗୀଙ୍କୁ ମାନପତ୍ର, ଟ୍ରଫି ସମେତ ସ୍ଵର୍ଣ ଓ ରୌପ୍ୟ ପଦକ ପ୍ରଦାନ କରିଥିଲେ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଉମରସିଂ ନାୟକଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଳୟ ର ଏଭଳି ସଫଳତା ପାଇଁ ଅତ୍ୟନ୍ତ ଖୁସି ପ୍ରକଟ କରି ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।