ରାଜ୍ୟ ସ୍ତରୀୟ ସାହିତ୍ୟ ଆସର ଓ ଓଡ଼ିଆ ସାହିତ୍ୟରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶୀର୍ଷକ ଆଲୋଚନା ଚକ୍ର

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : କୋଣାର୍କ ଥାନା ଅଧୀନସ୍ଥ କୁରୁଜଙ୍ଗ ଗ୍ରାମପଞ୍ଚାୟତର ବାମରା ଗ୍ରାମ ସ୍ଥିତ ଶାନ୍ତିବଟ ଗୁରୁକୂଳ ଆଶ୍ରମ ଠାରେ ସତ୍ୟ ନାରାୟଣ ସାହିତ୍ୟ ସଂସଦ ଆନୁକୁଲ୍ୟରେ କାଶତଣ୍ଡୀର ହସ ଓ ଓଡ଼ିଆ ସାହିତ୍ୟରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଆଲୋଚନା ଚକ୍ର ଶୀର୍ଷକ ରାଜ୍ୟସ୍ତରୀୟ ସାହିତ୍ୟ ଆସର ଓ ପ୍ରତିଭାସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସତ୍ୟ ନାରାୟଣ ସାହିତ୍ୟ ସଂସଦର ସଭାପତି ବ୍ୟଙ୍ଗ ସମ୍ରାଟ ସଂପଦ କୁମାର ରଥ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରାଜ୍ୟ ସ୍ତରୀୟ ସାହିତ୍ୟ ଆସର ଓ ଆଲୋଚନା ଚକ୍ରରେ ଅତିଥି ଭାବରେ ଝାଡ଼ଖଣ୍ଡ ଅଂଚଳର ବିଶିଷ୍ଟ କବି ସତ୍ୟ ପ୍ରକାଶ କର, ଅଖଣ୍ଡ ପୁରୀ ଜିଲ୍ଲା ପାଲାଗାୟକ ପରିଷଦର ସଭାପତି ଗାୟକ ବ୍ୟାସ ଲକ୍ଷ୍ମୀଧର ଦାଶ, କୁମାର କବି ପ୍ରଶାନ୍ତ କୁମାର ବାହିନୀପତି, ଆଇନୀଜୀବୀ ହରେକୃଷ୍ଣ ସ୍ବାଇଁ, ବିଶିଷ୍ଟ କବି ଗୋବିନ୍ଦ ଚନ୍ଦ୍ର ଫାରକ, ସାହିତ୍ୟିକ ମନମୋହନ ସ୍ୱାଇଁ ପ୍ରମୁଖ ଯୋଗଦେଇ ଓଡ଼ିଆ ସାହିତ୍ୟରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ଅମୂଲ୍ୟ ଅବଦାନ ଓ ତାଙ୍କ ଦ୍ବାରା ରଚିତ କାବ୍ୟଗ୍ରନ୍ଥ ମାନବ ସମାଜକୁ ଆଧ୍ୟାତ୍ମିକ ଚିନ୍ତା ଚେତନାର ଅଭିବୃଦ୍ଧି କରିବା ଦିଗରେ ଏକ ମାଇଲ ଖୁଣ୍ଟ ସଦୃଶ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା କବି କବୟିତ୍ରୀ ମାନେ ନିଜ ନିଜର ସ୍ବରଚିତ କବିତାମାନ ପାଠ କରିଥିଲେ । ଏହି କାର‌୍ୟ୍ୟକ୍ରମରେ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କବି କବୟିତ୍ରୀ ମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ସଂପାଦକ ମଂଗରାଜ ବିଶ୍ବାଳ ଅତିଥି ପରିଚୟ ପ୍ରଦାନ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସହସଂପାଦକ ପ୍ରବୀଣ କୁମାର ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର‌୍ୟ୍ୟକ୍ରମ କୁ ପାଲା ଗାୟକ ହରେକୃଷ୍ଣ ମହାରଣା, ଜଗଦୀଶ ସାହୁ, ହୃଦାନନ୍ଦ ସାସମଲ, ଅକ୍ଷୟ କୁମାର ବିଶ୍ବାଳ, ମାନସୀ ବେଉରା ଓ କଳ୍ପନା କଳ୍ପଲତା ବିଶ୍ବାଳ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ