ରାଜ୍ୟ ସ୍ୱାସ୍ଥ୍ୟ ନିରୀକ୍ଷଣ ଟିମ ବିଭିନ୍ନ ସ୍ୱାସ୍ଥ୍ୟ ଉପକେନ୍ଦ୍ର ପରିଦର୍ଶନ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ବାଲେଶ୍ୱର ଜିଲ୍ଲା ରୁ ଆସିଥିବା ରାଜ୍ୟ ସ୍ୱାସ୍ଥ୍ୟ ନିରୀକ୍ଷଣ ଟିମ ଆଜି ଗଞ୍ଜାମ ଜିଲ୍ଲା ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ବିପୁଲିଙ୍ଗି ସ୍ୱାସ୍ଥ୍ୟ ଉପ କେନ୍ଦ୍ର, ନୋଳିଆ ନୂଆଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଚମାଖଣ୍ଡି ସ୍ୱାସ୍ଥ୍ୟ ଉପ କେନ୍ଦ୍ର ପରିଦର୍ଶନ କରି ଭିତ୍ତି ଭୂମି ତଡାରଖ କରିବା ସହିତ ରୋଗୀଙ୍କ ରୋଗ ଚିନ୍ହଟ ଓ ନିରାକାରଣ ପ୍ରକ୍ରିୟା ର ଅନୁଧ୍ୟାନ କରିଥିଲେ, ଏହି ଟିମ ରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ତଥ୍ୟ ଅଧିକାରୀ ହରେକୃଷ୍ଣ ସାହୁ, ଏସ ଏନ ସି ୟୁ (ଡିଇଓ ) ନିହାର ରଞ୍ଜନ ସାହୁ, ୟୁ ଡି ଏମ ରାଜ ଶେଖର ଘୋଷ, ସତ୍ୟ ନାରାୟଣ ବେହେରା, ସୁକାନ୍ତ ପ୍ରଧାନ, ହୁଷିକେଶ ବେହେରା ପ୍ରମୁଖ ସାମିଲ ଥିଲେ, ଏହି ଅବସର ରେ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧିକ୍ଷିକ ଡାକ୍ତର ସ୍ୱାଧୀନ ରଥ, ବିପିଏମ ସିମାଞ୍ଚଳ ପ୍ରଧାନ, ନୋଳିନିଆଗାଁ ସେକ୍ଟର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସନ୍ଦୀପ ଗୌଡ଼, ଡାକ୍ତର ତପସ୍ୱିନୀ, ବିଡ଼ିଏମ ଶିବାନୀ ସେନାପତି, ଚମାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ କିରଣ ପଣ୍ଡା ଉପସ୍ଥିତ ଥିଲେ, ଏହି ଟିମ ବୁଧବାର ସମସ୍ତ ତଥ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡାକ୍ତର ବିଜୟ କୁମାର ପଣ୍ଡା ଙ୍କ ନିକଟରେ ସ୍ଥାପନ କରିବେ


