ରାଜ ମହେନ୍ଦ୍ର ପ୍ରତାପ ସିଂ ରାଜ୍ୟ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଉତରପ୍ରଦେଶର ଆଲିଗଡରେ ମହାନ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତ୍ ତଥା ସାମାଜିକ ସଂସ୍କାରକ ରାଜା ମହେନ୍ଦ୍ର ପ୍ରତାପ ସିଂଙ୍କ ନାମରେ ଏକ ନୂତନ ବିଶ୍ୱବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନା କରିଛନ୍ତି । ସେ ଆଲିଗଡ ପ୍ରତିରକ୍ଷା ଶିଳ୍ପ କରିଡରର ଉଦଘାଟନ ମଧ୍ୟ କରିଛନ୍ତି । ଏହି ଅବସରରେ ଉତରପ୍ରଦେଶ ରାଜ୍ୟପାଳ ଆନନ୍ଦ ବେନ୍ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଲିଗଡ ଏବଂ ପଶ୍ଚିମ ଉଚରପ୍ରଦେଶ ପାଇଁ ଆଜି ଏକ ବଡ଼ ଦିନ । ଆଜି ହେଉଛି ରାଧାଷ୍ଟମୀ , ଏକ ପବିତ୍ର ଦିନ । ବ୍ରଜ ଭୁମିର ପ୍ରତ୍ୟେକ କଣରେ ରାଧାହିଁ ରାଧା ଅଛନ୍ତି । ରାଧାଷ୍ଟମୀ ଅବସରରେ ମୁଁ ସମଗ୍ର ଦେଶକୁ ମୋର ହୃଦୟ ଶୁଭେଚ୍ଛା ଜଣାଉଛି ।
ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କୁ ସ୍ମରଣ କରି ସେ କହିଛନ୍ତି ଯେ ଆଜି ମୁଁ ଏହି ମାଟିର ମହାନ ପୁତ୍ର କଲ୍ୟାଣ ସିଂଙ୍କ ଅନୁପସ୍ଥିତିକୁ ବହୁତ ଅନୁଭବ କରୁଛି । ଯଦି କଲ୍ୟାଣ ସିଂ ଆଜି ଆମ ସହିତ ଥାଆନ୍ତେ, ତେବେ ରାଜ୍ୟ ବିଶ୍ୱବିଦ୍ୟାଳୟ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଆଲିଗଡର ନୂତନ ପରିଚୟ ସୃଷ୍ଟି ହୋଇ ଥିବା ଦେଖି ବହୁତ ଖୁସି ହୋଇଥାନ୍ତେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ