ରାଣୀପଥର ଘାଟିରେ ଓଲଟିଲା ବାଲି ବୋଝେଇ ହାଇୱା

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ବୌଦ୍ଧ-କନ୍ଧମାଳ ଜିଲ୍ଲା ସୀମାନ୍ତ ରାଣୀପଥର ଘାଟିରେ ଏକ ବାଲି ବୋଝେଇ ହାଇୱା ରାସ୍ତା କଡ଼ରେ ଓଲଟି ପଡ଼ିଥିବା ଖବର ହସ୍ତଗତ ହୋଇଛି । ବାଲି ବୋଝେଇ ହାଇୱା (ଓଡି ୩୨-ସି-୮୮୯୨)  ହରଭଙ୍ଗା ମହାନଦୀରୁ ବାଲି ବୋଝେଇ କରି ଫୁଲବାଣୀ ଯାଉଥିଲା ।  ରାଣୀପଥର ଘାଟି ଅତିକ୍ରମ କରିଥିବା ସମୟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଡ୍ରାଇଭର ଓ ହେଲପରଙ୍କ କୌଣସି କ୍ଷତି ହୋଇ ନାହିଁ । ସୁଡୁରୁକୁମ୍ପା  ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି। ପରେ ଏକ ହାଇଡ୍ରା ସାହାଯ୍ୟରେ ହାଇୱାକୁ ଉଦ୍ଧାର କରାଯାଇଥିବା ଜଣାଯାଇଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ