ରାଣୀପାଟଣା ଦୃଷ୍ଟିହୀନ ନିମନ୍ତେ ବିଦ୍ୟାଳୟରେ ବିଶ୍ଵ ଧଳା ବାଡି ଦିବସ ପାଳିତ

ବାଲେଶର, (ସରୋଜ ପଣ୍ଡା):ରାଣୀପାଟଣା ଦୃଷ୍ଟିହୀନ ନିମନ୍ତେ ବିଦ୍ୟାଳୟରେ ବିଶ୍ଵ ଧଳା ବାଡି ସପ୍ତାହ ପାଳିତ ହୋଇଯାଇ ଅଛି। ପ୍ରଥମେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଧଳା ବାଡି ସହଯୋଗ ରେ ସହର ପରିକ୍ରମା ସହ ଜନସଚେତନତା ସୃଷ୍ଟି କରିଥିଲେ। ଉକ୍ତ ରାଲିକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ ଶ୍ରୀମତି ପ୍ରତିଭା ବେହେରା ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ଧଳା ବାଡି ଦିବସର ଜନସଚେତନତା ଉଦ୍ଦେଶ୍ୟରେ ବିଭିନ୍ନ ସ୍ଲୋଗାନ ମାନ ଦେଇ ସହର ପରିକ୍ରମା କରିଥିଲେ ପରେ ୧୦.୩୦ ମିନିଟ୍ ସମୟରେ ବିଦ୍ୟାଳୟ ପରିସରରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦିବାକର ସ ସଭାପତିତ୍ବ କରିଥିଲେ । ମୁଖ୍ୟ ଅତଥି ଭାବରେ ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ବିଜୟ କୁମାର ପାଣଗ୍ରାହୀ ଯୋଗଦେଇଥିଲେ । ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିଲା । ଶ୍ରୀଯୁକ୍ତ ପାଣଗ୍ରାହୀ ତାଙ୍କ ଅଭଭାଷଣରେ ଧଳା ବାଡି ପାଳନର ମହତ୍ତ୍ଵ ବିଷୟରେ କହିବା ସହ ପିଲାମାନଙ୍କୁ ଆଶୀର୍ବାଦ ଦେଇଥିଲେ । ନିର୍ଦ୍ଦେଶକ ଶ୍ରୀଯୁକ୍ତ ସ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମଧ୍ଯ ତାଙ୍କ ଅଭଭାଷଣରେ ଧଳା ବାଡି ପାଳନର ମହତ୍ତ୍ଵ ବିଷୟରେ ନିଜର ଅଭିବ୍ୟକ୍ତ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଗୌରାଙ୍ଗ ପ୍ରଧାନ, ସୁନୀଲ କୁମାର ବିଶ୍ବାଳ, ଜଗତ୍ଜିତ୍ ପତି,ମନୋଜ ପଳାଇ, ଚନ୍ଦ୍ରଜିତି ନାୟକ, ପବିତ୍ର ମୋହନ ପଣ୍ଡା, ପ୍ୟାରୀମୋହନ ଭୂୟାଁ, ଦୀପକ କୁମାର ବେହେରା, ଜ୍ୟୋତିର୍ମୟୀ ଦାସ, ବାସନ୍ତୀ ସିଂ, ଗୀତାଞ୍ଜଳି ପ୍ରଧାନ, ସଞ୍ଜୀବ ବେହେରା, ଅର୍ଚ୍ଚନା ବିନ୍ଧାଣୀ, ଶ୍ରୀଧର ବେହେରା, ସୁଧାଂଶୁ ଶେଖର ସାମଲ, ସୌମ୍ୟ ସେନାପତି ଓ ସହକାରୀ ଅଜୟ ଜେନା, ପ୍ରଭାସିନୀ ମହାନ୍ତି, ସୋମନାଥ ରାଉତ ଓ ସଞ୍ଜୟ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।
ଧନ୍ୟବାଦ ସହ ସଭା କାର୍ଯ୍ୟ ପରିସମାପ୍ତି ପରେ ଛାତ୍ର ଛାତ୍ରୀ ମାନଙ୍କୁ ମିଷ୍ଠାନ ପ୍ରଦାନ କରା ଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ