ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର

ଚିତ୍ରକୋଣ୍ଡା,(ବିମଲକିଶୋର ମିଶ୍ର): ମାଲକାନଗିରି ଜିଲ୍ଲା ସ୍ତରୀୟ ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ସୋମନାଥପୁର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ରେ ଉଦଯାପିତ ହୋଇଯାଇଛି l ଏହି ପ୍ରଶିକ୍ଷଣ ଶିବିରଟି ଚଳିତ ମାସ 16 ତାରିଖ ଠାରୁ ଆରମ୍ଭ ହୋଇ 18 ତାରିଖ ପଯ୍ୟନ୍ତ ଚାଲିଥିଲା ଏଥିରେ ତିନଟି ବ୍ଲକ ଚିତ୍ରକୋଣ୍ଡା, କରକୋଣ୍ଡା ଓ ଖଇରପୁଟର ମୋଟ 47 ଜଣ ଶିକ୍ଷୟିତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା l ପ୍ରଶିକ୍ଷକ ଭାବେ ଜ୍ୟୋସ୍ନା ରାଣୀ ପ୍ରଧାନ, ରଶ୍ମୀପ୍ରଭା କୁଣ୍ଡୁ, ଓ ଯମୁନା ମାଝୀ ଶିବିର ପରିଚାଳନା କରଥିଲେ l ଏହା ବାଳିକା ମାନଙ୍କୁ ଆତ୍ମରକ୍ଷାରେ ଯଥେଷ୍ଟ ସହାୟକ ହେବ ବୋଲି ପ୍ରଶିକ୍ଷଣ ନେଉଥିବା ଶିକ୍ଷୟତ୍ରୀ ମାନେ ମତ ବ୍ୟକ୍ତ କରିଥିଲେ l ଆଗାମୀ ଦିନରେ ଛାତ୍ରୀମାନଙ୍କୁ (ଷଷ୍ଠ ଶ୍ରେଣୀରୁ +2 ଶ୍ରେଣୀ ପଯ୍ୟନ୍ତ ) ଏହି ପ୍ରଶିକ୍ଷଣ ପ୍ରଦାନ କରାଯାଇ ଆତ୍ମରକ୍ଷା କ୍ଷେତ୍ରରେ ସ୍ୱାବଲମ୍ବୀ ହେବାକୁ ଲକ୍ଷ୍ୟଧlର୍ଯ୍ୟ କରାଯାଇଥିବା ଅତିଥି ମାନେ ମତପ୍ରକାଶ କରିଥିଲେ l ଅତିଥିଭାବେ ଚିତ୍ରକୋଣ୍ଡା ବ୍ଲକ ଶିକ୍ଷାଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ, କୋରକୋଣ୍ଡା ବ୍ଲକ ଶିକ୍ଷାଧିକାରୀ ଅଶୀତ ମିସ୍ତ୍ରୀ ଯୋଗଦେଇଥିଲେ l ସଭା କାର୍ଯ୍ୟକ୍ରମ ସୁଯୋଜନା ସିଆରସି ଯଚିନ୍ଦ୍ର ସ୍ୱାଇଁ କରିଥିଲେ l ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଟୁକୁରାଣୀ ଯୋଦାରଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମଟି ସଫଳତା ସହ ଅନୁଷ୍ଠିତ ହୋଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ