ରାତିତମାମ ବର୍ଷାରେ ଭୁସ୍ଖଳନ : ଏକାଧିକ ବାସଗୃହ ନଷ୍ଟ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲାରେ ଗତ ରାତି ତମାମ ଲଗାଣ ବର୍ଷା ଯୋଗୁଁ ଗୁମ୍ମା ବ୍ଳକର କିଛି ପାହାଡିଆ ଅଞ୍ଚଳରେ ଭୁସ୍କଳନ ହୋଇଥିବା ଦେଖି ବାକୁ ମିଳିଛି | ବିଳମ୍ବିତ ରାତି ତଥା ଆଜି ବଡିଭୋର ୩ଘଣ୍ଟା ସମୟରେ ବଡକଳକୋଟ ପଞ୍ଚାୟତର ଅନ୍ତର୍ଗତ ଜାଙ୍ଗିରତୁଲ ଗ୍ରାମ ପାହାଡରୁ ଝରଣା ପାଣି ଖୁବ ଜୋରରେ ମାଡି ଆସିଥିଲା | ଫଳରେ ଜଙ୍ଗଜଙ୍ଗଲ ଗାଁ ରେ ପାଣି ପଶି ରାସ୍ତା ଧୋଇ ହୋଇଯିବା ସହ ମାଟି ଅତଡା ଖସି ଏକାଧିକ ଘର ଏବଂ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ସୂଚନା ମିଳିଛି | ବର୍ତ୍ତମାନ ସୁଦ୍ଧା ଅଞ୍ଚଳକୁ ଯୋଗାଯୋଗ ହୋଇ ପାରୁନାହିଁ | କ୍ଷୟକ୍ଷତିର ଆକଳନ ପାଇଁ ଜିଲ୍ଲାପ୍ରଶାସନ ତରଫରୁ ଗୁମ୍ମା ତହସିଲଦାର ଭାସ୍କରଚନ୍ଦ୍ର ସାହୁ ପ୍ରମୁଖ ବହୁ କଷ୍ଟରେ ପହଞ୍ଚି ବିପନ୍ନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିବାର ଜଣାପଡିଛି I