ରାତିରେ ଖାଆନ୍ତୁନି ସାଲାଡ୍
ସାଲାଡ୍ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକାରକ। କିନ୍ତୁ ରାତିରେ ସାଲାଡ୍ ଖାଇଲେ ଗ୍ୟାସ ସମସ୍ୟା ଉପୁଜିପାରେ । ଏଣୁ ଦିନରେ ଏହାକୁ ଖାଇବା ଭଲ । ବିଶେଷଜ୍ଞଙ୍କ ମତ ଅନୁଯାୟୀ ଭୋଜନରେ ପ୍ରତ୍ୟହ ସାଲାଡ୍ ସାମିଲ୍ କଲେ, କେତେକ ରୋଗରୁ ମୁକ୍ତି ମିଳିଥାଏ ।
ଗ୍ରିନ୍ ସାଲାଡ୍ : ଏହି ସାଲାଡକୁ ଗାର୍ଡେନ୍ ସାଲାଡ୍ ମଧ୍ୟ କୁହାଯାଇଥାଏ । ଏଥିରେ ପାଳଙ୍ଗ, ବନ୍ଧା କୋବି, କାକୁଡି ଆଦି ମିଶା ଯାଇଥାଏ । ଗ୍ରିନ୍ ସାଲାଡରେ ଭିଟାମିନ୍ ବି-୧୨ ଭରପୁର ମାତ୍ରାରେ ରହିଛି । ଏହା ଭୋଜନ ସହିତ ପରିବେଷଣ କରାଗଲେ ଖାଇବାର ମୁଡ୍ ଭଲ ହୋଇଯାଏ । କାରଣ ଏଥିରେ ସେରୋଟୋନିନ୍ ଓ ଡୋପାମାଇନ୍ ଥାଏ ।
ଭେଜିଟେବୁଲ ସାଲାଡ୍ : କାକୁଡି, ଟମାଟୋ, ଛତୁ, ପିଆଜ, ମୂଳା ଓ ଗାଜର ଆଦି ମିଶାଇ ଏହାର ପ୍ରସ୍ତୁତି କରାଯାଇଥାଏ । ଏହାକୁ ଅଧିକ ସ୍ୱାଦିଷ୍ଟ କରାଯିବା ଲାଗି ସେଥିରେ ସିଝା ଅଣ୍ଡା ଓ ପନିର ମଧ୍ୟ ମିଶା ଯାଇପାରେ ।
ମିଠା ସାଲାଡ୍ : ଡେଜର୍ଟ ବା ମିଠା ସାଲାଡ୍ ସ୍ବାସ୍ଥ୍ୟ ପାଇଁ ଲାଭପ୍ରଦ । ଏଥିରେ ଆଦୌ ପନିପରିବାକୁ ସାମିଲ୍ କରା ଯାଇନଥାଏ । ଏଥିରେ ଷ୍ଟ୍ରବେରି, ଲିଚୁ, ଖଜୁର, ଅଙ୍ଗୁର ଓ ପିଜୁଳି ଆଦି ମିଶାଯାଇଥାଏ ।
ଫ୍ରୁଟ୍ ସାଲାଡ୍: ଏହି ସାଲାଡରେ କେବଳ ବିଭିନ୍ନ ପ୍ରକାରର ଫଳ ସାମିଲ୍ କରାଯାଇଥାଏ । ଏଥିରେ ଅଙ୍ଗୁର, ସେଓ, କମଳା, କାକୁଡି, ଅଁଳା ଆଦି ମିଶାଯାଇ ପ୍ରସ୍ତୁତ କରାଯାଇଥାଏ ।
ମେନ୍ କୋର୍ସ ସାଲାଡ୍: ଏହା କେବଳ ଡିନର୍ ସହିତ ଗ୍ରହଣ କରାଯାଇଥାଏ । ଏଥିପାଇଁ ଏହାର ଅନ୍ୟ ନାମ ଡିନର ସାଲାଡ୍ । ଏଥିରେ ଗ୍ରିଲଡ ବା ଫ୍ରାଏଡ୍ ଚିକେନ୍ ଓ କେତେକ ପ୍ରକାରର ସାମୁଦ୍ରିକ ଖାଦ୍ୟ ମଧ୍ୟ ଥାଏ । ଏହା ଛଡ଼ା ସ୍ୱାଦ ଅନୁଯାୟୀ ଏଥିରେ ବିଭିନ୍ନ ରଙ୍ଗର ପରିବା ସାମିଲ୍ କରାଯାଇଥାଏ । ଯଦି ଆପଣ ଚିକେନ୍ ସାଲାଡ୍ ଖାଇବାକୁ ସୁଖ ମଣନ୍ତି, ତେବେ ଫ୍ରାଏଡ୍ ଚିକେନ୍ ବଦଳରେ ଗ୍ରିଲ୍ଡ ଚିକେନକୁ ବି ସାମିଲ୍ କରିପାରିବେ । ଏହା ସ୍ବାସ୍ଥ୍ୟ ପକ୍ଷେ ବେଶି ଲାଭଦାୟକ ।