ରାତିରେ ଦୁଇଟି ଅଳେଇଚ ଖାଇ ପାଣି ପିଇଲେ, ଏସବୁ ଶାରୀରିକ ସମସ୍ୟା ଦେଖାଯିବ ନାହିଁ
ଯଦି ଆପଣ କିଛି ଅଖାଦ୍ୟ ଖାଇଛନ୍ତି ବା ଅଧିକ ମାତ୍ରାରେ ଭୋଜନ କରିଥିବେ, ତେବେ ବଦହଜମିର ଶିକାର ହୋଇଥିବେ । ଏଥିରୁ ମୁକ୍ତି ପାଇବା ଲାଗି ଆପଣ ଦୁଇଟି ଅଳେଇଚ ଖାଇ ପାରନ୍ତି । ରାତିରେ ଦୁଇଟି ଅଳେଇଚ ଖାଇ ପାଣି ପିଇଲେ ମହିଳାଙ୍କର କେଶ ମଜଭୁତ ହୋଇଥାଏ ଓ କେଶ ଝଡ଼ିବା ବନ୍ଦ ହୋଇଥାଏ ।
ଅଳେଇଚ ସେବନ କରିଲେ ରକ୍ତ·ପ ବି ନିୟନ୍ତ୍ରଣ ଭିତରେ ରହିଥାଏ । ଏଥିରେ ପଟାସିଅମ୍ ଓ ଫାଇବର୍ ଅଧିକ ମାତ୍ରାରେ ଥିବା ଯୋଗୁଁ ରକ୍ତ ସଞ୍ଚାଳନ ଭଲ ହୁଏ । ପ୍ରତିଦିନ ଅଳେଇଚ ଖାଇଲେ ମୂତ୍ର ସଂକ୍ରମଣରୁ ବି ମୁକ୍ତି ମିଳିଥାଏ । ପ୍ରତ୍ୟହ ଅଳେଇଚ ଖାଇଲେ ପୁରୁଷମାନଙ୍କର ଶାରୀରିକ ଦୁର୍ବଳତା ଦୂର ହୋଇଥାଏ । ଏହା ଛଡ଼ା ମୋଟାପାରୁ ବି ମୁକ୍ତ ମିଳିଥାଏ ।
ଯଦି ଆପଣଙ୍କର ପେଟ ବାହାରିଛି ଓ ଆପଣ ତାଙ୍କୁ କମ୍ କରିବାକୁ ·ହାଁନ୍ତି,ତେବେ ରାତିରେ ଶୋଇବା ପୂର୍ବରୁ ଗରମ ଜଳରେ ଦୁଇଟି ଅଳେଇଚ ମିଶାଇ ଦିଅନ୍ତୁ ।ଏଥିରେ ଥିବା ପଟାସିଅମ୍, ମ୍ୟାଗ୍ନେସିଅମ୍, ଭିଟାମିନ୍ ବି-୧, ବି-୬ ଓ ଭିଟାମିନ୍-ସି ଶରୀରରୁ ଅତିରିକ୍ତ ଚର୍ବିକୁ କମ୍ କରିଥାଏ । ଏଥିରେ ଥିବା ଫାଇବର୍ ଓ କ୍ୟାଲସିୟମ୍ ଓଜନକୁ ବି ନିୟନ୍ତ୍ରିତ କରିଥାଏ ।


