ରାତିରେ ଦୋକାନରେ ନିଆଁ ଲଗାଇଲା ଦୁର୍ବତ୍ତ 

ଗଂଜାମ, (ବିନୋଦ ପଲାଇ) :-ଗଂଜାମ ସହର ସ୍ଥିତ ବଡ଼ ବଜ଼ାର ଠାରେ ଏକ ପୁଜ଼ା ସାମଗ୍ରୀ ଦୋକାନରେ ବିଳମ୍ବିତ ରାତିରେ କୌଣସି ଏକ ଦୁର୍ବତ୍ତ ନିଆଁ ଲଗାଇ ଦେବା ଫଳରେ ଲକ୍ଷାଧିକ ଟଙ୍କାର ପୁଜ଼ା ସାମଗ୍ରୀ ପୋଡି ହୋଇଯାଇଥିବା ଜଣାପଡିଛି । ଏହି ସମୟରେ ଗଂଜାମ ଆଇଆଇସି ଶୁଭେନ୍ଦୁ କୁମାର ସାହୁ ପେଟ୍ରୋଲିଙ୍ଗ କରୁଥିବା ବେଳେ ନିଆଁ ଦେଖି ଘଟଣାସ୍ଥଳକୁ ଯାଇଥିଲେ । ପରେ ଅଗ୍ନିଶ୍ରମ ବିଭାଗକୁ ଖବର ଦେଇ ନିଆଁକୁ ଆୟତ୍ତ କରିଥିଲେ । ପରେ, ସିସୀ ଟିଭି ଫୁଟେଜ଼ କୁ ଆଧାର କରି ଜଣଙ୍କୁ ଅଟକ ରଖ ପଚାରଉHଚରା କରୁଥିବା ଜଣାପଡିଛି । ବଡ଼ବଜ଼ାର ପୁଜ଼ାସାମଗ୍ରୀ ବ୍ୟବସାୟୀ ରାମହରି ଗୌଡ଼ ପ୍ରତିଦିନ ପରି କାଲି ମଧ୍ୟ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ବିଳମ୍ବିତ ରାତିରେ କେହି ଦୋକାନରେ ନିଆଁ ଲଗାଇଦେବା ଫଳରେ ନିଆଁ ଏପରି ପ୍ରକପ ଧାରଣ କରିଥିଲା, ଆୟତ୍ତ କରିବା ସମ୍ଭବ ହୋଇନଥିଲା । ସେହି ସମୟରେ ପେଟ୍ରୋଲିଂରେ ଯାଉଥିବା ଆଇଆଇସି ସାହୁ ସେଠାକୁ ଯାଇ ଅଗ୍ନୀଶ୍ରମ ବିଭାଗକୁ ଖବର ଦେବା ସହ ନିଜେ ଉପସ୍ଥିତ ରହି ଅଗ୍ନୀଶ୍ରମ ବିଭାଗର ସହାୟତାରେ ହାବିଲଦାର ଅଭିରାମ ନାୟକ, ପ୍ରଭାକର ଜେନା, ରାକେଶ ମାନସିଂହ, ଚନ୍ଦ୍ରଶେଖର ସାମନ୍ତରାୟ, ଫାୟରମେନ ଜଗନ୍ନାଥ ଦାସ, ଉମାକାନ୍ତ ମୁଗୁରୁ, ମନୋଜ କୁମାର ଭୋଇ, କିଶୋର ମାଝୀ, ତପନ କୁମାର ବେହେରା, ଶେଖ ବାସୁରୁଧିନ, ଦୀପକ କୁମାର ସାହୁ ପ୍ରମୁଖ ଦୀର୍ଘ ତିନି ଘଣ୍ଟା ପରିଶ୍ରମ କରି ନିଆଁକୁ ଆୟତ୍ତ କରିବା ଫଳରେ ଅନ୍ୟ ଦୋକାନ ଗୁଡିକୁ ନିଆଁ ଲାଗି ନଥିଲେ ମଧ୍ୟ ପୂଜାଦୋକାନର ସମସ୍ତ ସାମଗ୍ରୀ ପୋଡ଼ି ଯାଇଥଲା । ପରେ ନିଆଁ କିପରି ଲାଗିଲା ଏହାର ତଦନ୍ତ କରିବା ସହ ସମ୍ମୁଖରେ ଥିବା ବିଦେଶୀ ମଦ ଦୋକାନରେ ଲାଗିଥିବା ଶିଶିଟିଭି ଫୁଟେଜ କୁ ଯାଞ୍ଚ କରିଥିଲେ । ସେଠାରୁ ଦୋକାନରେ ଜୈନୀକ ଦୁର୍ବୁତ୍ତ ନିଆଁ ଲଗାଇବାର ଦେଖାଯାଇଥିଲା । ସିସିଟିଭି ଫୁଟେଜ କୁ ଆଧାର କରି ଗଂଜାମ ବଡ଼ବଜ଼ାର ହରିଜନ ସାହିର ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଆଇଆଇସି ସାହୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ