ରାତିରେ ଶୁଣନ୍ତୁ ସଙ୍ଗୀତ; ଶରୀର ହେବ ସୁନ୍ଦର

ଶରୀରକୁ ସୁନ୍ଦର ରଖିବା ପାଇଁ କେତେକ ଲୋକ ବିଭିନ୍ନ ଉପାୟ ଗ୍ରହଣ କରିଥାନ୍ତି । ତେବେ ନିୟମିତ ଅଭ୍ୟାସ କରି ରାତିରେ କିଛି ସମୟ ପାଇଁ ସଙ୍ଗୀତ ଶୁଣିଲେ ଶରୀର ସୁଢ଼ୋଳ ହୋଇଥାଏ । ଏନେଇ ଭିଏନା ବିଶ୍ୱବିଦ୍ୟାଳୟର ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି ବୋଲି ଗବେଷକ କହିଛନ୍ତି । ସଙ୍ଗୀତର ପ୍ରଭାବ ମସ୍ତିଷ୍କ ଉପରେ ପଡ଼ିଥାଏ । ଫଳରେ କେତେକ ଉପଯୋଗୀ ରାସାୟନିକ ପଦାର୍ଥ ସହିତ ଭିଟାମିନ୍-ଇ ଥିବା ହରମୋନ୍ କ୍ଷରଣ ହୁଏ । ଏସବୁ ଏଜିଂ ସମସ୍ୟାକୁ ଦୂର କରିଥାଏ । ସାଧାରଣତଃ ବୟସ ବଢ଼ିବା ସହିତ ତ୍ୱ·ରେ ଭାଙ୍ଗ ସୃଷ୍ଟି ହୁଏ । ମାତ୍ର ଭିଟାମିନ୍-ଇ ତ୍ୱ·ରେ ଭାଙ୍ଗ ସୃଷ୍ଟି ହେବାକୁ ଦେଇ ନ ଥାଏ ଓ ମନକୁ ସବୁବେଳେ ପ୍ରଫୁଲ୍ଲ ରଖିଥାଏ । ସଙ୍ଗୀତରୁ ସୃଷ୍ଟି ହେଉଥିବା କମ୍ପନ ଶରୀରର ବିଭିନ୍ନ ଆଡ୍ରାନାଲିନ୍ ହରମୋନ୍ କ୍ଷରଣ ଉପରେ ପ୍ରଭାବ ପକାଇଥାଏ । ଫଳରେ ଶରୀର ସୁନ୍ଦର ଏବଂ ସୁଢ଼ୋଳ ହୋଇଥାଏ ବୋଲି ଏହି ରିପୋର୍ଟ ଦର୍ଶାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ