ରାତି ଅଧରେ ବିଦ୍ୟାଳୟରୁ ସାମଗ୍ରୀ ନେବା ମହଙ୍ଗା ପଡିଲା ପ୍ରଧାନ ଶିକ୍ଷକଙ୍କୁ
ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ରାଜ୍ୟ ସରକାର ପିଲାଙ୍କ ଭବିଷ୍ୟତ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନା କରିଛନ୍ତି | ପିଲାଙ୍କୁ ଶିକ୍ଷା ଯୋଗାଇବା ପାଇଁ ଅଙ୍ଗନବାଡି ଠାରୁ ଆରମ୍ଭ କରି ହାଇସ୍କୁଲ ପର୍ଯ୍ୟନ୍ତ ଆଦିବାସୀ ଅଞ୍ଚଳରେ ପିଲାଙ୍କୁ ଭଲ ପାଠ ପଡ଼ିବା ପାଇଁ ଶିକ୍ଷାର ପ୍ରସାର କରିଛନ୍ତି | ଖେଳ କୂଦ କରିବା ଲାଗି ଖେଳ ପଡ଼ିଆ,ମଧ୍ୟାନ ଭୋଜନ ଇତ୍ୟାଦିର ବ୍ୟବସ୍ଥା କରିଛନ୍ତି | ହେଲେ ଏହି ମହାମାରୀ କରୋନା ସମୟରେ ବିଦ୍ୟାଳୟ ବନ୍ଦ ପଡିଥିଲା ତା ସତ୍ୱେ ମଧ୍ୟ ସରକାର ପିଲାଙ୍କୁ ମଧ୍ୟାନ ଭୋଜନ ଦେଇଛନ୍ତି | କିନ୍ତୁ ପିଲାଙ୍କ ପାଖରେ ତାହା ପହଞ୍ଚି ପାରିନାହିଁ | ଏପରି ଦୃଶ୍ୟ ଦେଖିବାକୁ ମିଳିଛି ରା.ଉଦୟଗିରି ବ୍ଲକ ଅଞ୍ଜରବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ଖୋଲିବାକୁ ଆଉ କିଛି ଦିନ ଥିବା ବେଳେ ରାତି ଅଧରେ ପ୍ରଧାନ ଶିକ୍ଷକ ବିଦ୍ୟାଳୟକୁ ଆସି ତାଲା ଖୋଲି ବିଭିନ୍ନ ସାମଗ୍ରୀ ଟେବୁଲ ଖାତା ବହି ବାହାର କରି ନେଉଥିବା ବେଳେ ଗ୍ରାମବାସୀ ଅଟକାଇ ତାଲା ପକାଇଛନ୍ତି | ପ୍ରଧାନ ଶିକ୍ଷକ ହରେକୃଷ୍ଣ ରଇତ ବିଦ୍ୟାଳୟ କମିଟିକୁ ନଜଣାଇ ରାତି ଅଧରେ ପହଞ୍ଚି କିପରି ବିଦ୍ୟାଳୟରୁ ସାମାନ ନେଉଥିଲେ ଏହାକୁ ବିରୋଧ କରିଛନ୍ତି ଗ୍ରାମବାସୀ | ଏପରି କି ପ୍ରଧାନ ଶିକ୍ଷକ ବିଦ୍ୟାଳୟର ବିଭିନ୍ନ ଉର୍ଣ୍ଣତି ଟଙ୍କା ହଡପ କରିଥିବା ଅଭିଯୋଗ କରିଛନ୍ତି | ବିଦ୍ୟାଳୟରେ ଶୌଚାଳୟ, ଚୁନମାରିବା, ପାଚେରୀ,ଏସବୁ ଟଙ୍କା ହଡପ କରିଥିବା କହିଛନ୍ତି ପ୍ରତ୍ୟକ ଜିନିଷର ହିସାବ ମାଗିଛନ୍ତି ଗ୍ରାମବାସୀ | ରା,ଉଦୟଗିରି ବ୍ଲକ ଜିଲ୍ଲା ପରିଷଦ ଜାକବ ମାଝୀ ପହଞ୍ଚି ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ବିଦ୍ୟାଳୟ ପରିଚାଳନା କମିଟିର ଅଜାଣତରେ କିପରି ସେ ରାତି ଅଧରେ ସବୁ ସାମାନ ନେଉଥିଲେ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି |