ରାତି ପାହିଲେ ସାବିତ୍ରୀବ୍ରତ ଫଳ ଦୋକାନରେ ଅସମ୍ଭାଳ ଭିଡ଼, ଦର ଆକାଶଛୁଆଁ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ରାତି ପାହିଲେ ସାବିତ୍ରୀ ବ୍ରତ। ଏନେଇ କନ୍ଧମାଳ ଜିଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳର ବଜାରସ୍ଥିତ ଫଳ ଦୋକାନଗୁଡିକରେ ଗୁରୁବାର ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଛି । ଚଳିତବର୍ଷ ଜ୍ୟୋଷ୍ଠ ମାସରେ ଗୁଳୁଗୁଳି ବଢ଼ି ନ ଥିବାରୁ ସ୍ବାଭାବିକ ଭାବେ ଆମ୍ବ, ପଣସ ଓ ଲିଚୁ ଆଦି ସ୍ଥାନୀୟ ଅଞ୍ଚଳରେ ପାଚିପାରି ନାହିଁ। ଏପଟେ ଲକ୍‌ଡାଉନ୍‌ କଟକଣା ଯୋଗୁ ଚଢ଼ା ଦରରେ ବାହାର ରାଜ୍ୟରୁ ଆମ୍ବ , ଲିଚୁ, କଦଳୀ, ସେଓ ଏବଂ ଅଙ୍ଗୁର ଆସୁଥିବାରୁ ଫଳ ଦର ମଧ୍ୟ ଢେର ଅଧିକ ରହିଥିବା ଜଣେ ଫଳଦୋକାନୀ ପ୍ରକାଶ କରିଛନ୍ତି। ବାଲିଗୁଡା ଅଞ୍ଚଳରେ ଆମ୍ବ କିଲୋପିଛା ୧୦୦-୧୨୦, ସେଓ ୧୦୦-୨୦୦, ଅଙ୍ଗୁର ୧୨୦-୧୪୦, ଲିଚୁ ୧୪୦-୧୬୦ରେ ବିକ୍ରି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ