ରାତି ପାହିଲେ ହେବ ଚଳିତ ବର୍ଷ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା) :-ରାତି ପାହିଲେ ହେବା ଚଳିତ ବର୍ଷ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ । ଏହାକୁ ଶାନ୍ତି ଶୃଙ୍ଖଳା ସହ ଅବାଧରେ ପରିଚାଳନା କରିବା ପାଇଁ ପୁଲିସ୍ ପକ୍ଷରୁ ବ୍ୟପକ ପ୍ରସ୍ତୁତି କରାଯାଇଛି । ମତଦାତା ମାନେ କିଭଳି ନିର୍ଭୟରେ ବୁଥ୍କୁ ଆସି ମତଦାନ କରିବେ ସେନେଇ ପୁଲିସ୍ ପକ୍ଷରୁ କଡା ସୁରକ୍ଷା ବଳୟ ପ୍ରସ୍ତୁତ କରାଯାଇଛି। ଆଜି ଏନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରାୟ ଭଞ୍ଜନଗର ଗସ୍ତ କରି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଅତିରିକ୍ତ ଏସ୍ପି ବିଜୟ କୁମାର ମଲ୍ଲିକ ଏବଂ ଏସ୍ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ସମେତ ୧୫ ଜଣ ଇନସ୍ପେକ୍ଟର ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ। ଏହାପରେ ଏସ୍ପି ଢିହପଢାଳ ଏବଂ ତିଳିସିଂ ପଞ୍ଚାୟତରେ ତିନି ପ୍ଳାଟୁନ୍ ସଶସ୍ତ୍ର ବାହିନୀ ସହ ଫ୍ଳାଗ୍ ମାର୍ଚ୍ଚ କରିଥିଲେ । ମତଦାନ ସମୟରେ କୌଣସି ଅପ୍ରତିକର ପରିସ୍ଥିତି ପାଇଁ ସମସ୍ତ ଅଧିକାରୀଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଭଞ୍ଜନଗର ବ୍ଳକ୍ ଅଧୀନରେ ଥିବା ପ୍ରାୟ ପଞ୍ଚାୟତ ଭଞ୍ଜନଗର ଥାନା ଇଲାକାରେ ରହିଥିବା ବେଳେ କିଛି ପଞ୍ଚାୟତ ତାରସିଂ ଓ ଗାଙ୍ଗପୁର ଥାନା ଇଲାକାରେ ରହିଛି । ତେଣୁ ତିନି ଥାନା ଅଧିକାରୀ ସମେତ ଜିଲ୍ଲାର କିଛି ସ୍ୱତନ୍ତ୍ର ଥାନା ଅଧିକାରୀ ମାନଙ୍କୁ ବିଭିନ୍ନ ପଞ୍ଚାୟତ ଉପରେ ନଜର ରଖିବା ପାଇଁ ନିଯୁକ୍ତି ଦିଆଯାଇଛି । ପୁଲିସ୍ ପକ୍ଷରୁ ୧୩ ମୋବାଇଲ୍ ପାର୍ଟି ଗଠନ କରାଯାଇଛି । ୫ ଜଣ ଅଧିକାରୀଙ୍କୁ ସୁପରଭାଇଜର ନିଯୁକ୍ତ ଦିଆଯାଇ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବାକୁ ଦାୟିତ୍ୱ ପ୍ରଦାନ କରାଯାଇଛି । ବ୍ଳକ୍ର ୩୨୧ ଗୋାଟି ବୁଥ୍ ମଧ୍ୟରୁ ୧୧ଟି ଅତି ସମ୍ବେଦନଶୀଳ ଏବଂ ୨୫ ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇ ସ୍ୱତନ୍ତ୍ର ନଜର ରଖାଯାଇଥିବା ଏସ୍ପି ସୁଚନା ଦେଇଛନ୍ତି । ର୍ନିଭୟରେ ଭୋଟର ମାନେ ମତଦାନ କରିବା ସହ କୌଣସି ଅପ୍ରତିକର ପରିସ୍ଥିତିକୁ ଏଡାଇବା ପାଇଁ ପୁଲିସ୍ ସହଯୋଗ କରିବାକୁ ସେ ନିବେଦନ କରିଥିଲେ । ଏହି ସମୟରେ ଯେଉଁ ବ୍ୟକ୍ତି ମାନେ ବିଶୃଙ୍ଖଳା ଓ ହିଂସା ଘଟାଇବେ ସେମାନଙ୍କ ବିବରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ୍ ପକ୍ଷରୁ ଚେତାବନୀ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ