ରାତ୍ର ଜଗୁଆଳିଙ୍କ ହୃଦଘାତରେ ମୃତ୍ୟୁ

ଛତ୍ରପୁର (ଓ୍ବାଇଏନ୍ଏସ୍) : ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ହୃଦଘାତରେ ମୃତ୍ୟୁ ଘଟିଛି ରବିନ୍ଦ୍ର ନାୟକ । ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରାତ୍ର ଜଗୁଆଳି ଭାବେ କାର୍ଯ୍ୟ କରି ଆସୁଥିଲେ । ସେ ଆଜି ହଠାତ୍ ଅସୁସ୍ଥ ଅନୁଭବ କରିବା ପରେ ପରିବାର ଲୋକେ ତାଙ୍କୁ ଛତ୍ରପୁର ମେଡ଼ିକାଲରେ ଭର୍ତି କରିଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତାଙ୍କର ଘର ଛତ୍ରପୁର ନିକଟ ବାଟଛତ୍ରପୁର ବୋଲି ଜଣାପଡ଼ିଛି । ତାଙ୍କ ବିୟୋଗରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଡ଼େପୁଟି କଲେକ୍ଟର ଡ. ବିଜୟାନନ୍ଦ ସେଠୀ, ଡ. ଦିବ୍ୟଲୋଚନ ମହନ୍ତ, ସ୍ନିଗ୍ଧାରାଣୀ ଧଳ, ଆସିଂଟାଂଟ୍ ନାଜିର୍ ନିରଞ୍ଜନ ଚୌଧୁରୀଙ୍କ ସମେତ ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ