ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟରେ ପ୍ରସ୍ତୁତି ବୈଠକ

କୋଦଳା , (ଯୁଗାବ୍ଦ ନ୍ୟୁଜ): ସୌରା ଛଚିନା ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟରେ ଆସନ୍ତା ବର୍ଷ ରୌପ୍ୟ ଜୟନ୍ତୀ ପାଳନ ନିମିତ୍ତ ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବ୍ରଜଗୋପାଳ ପ୍ରଧାନଙ୍କ ସଭାପତିତ୍ୱରେ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ସିମାଞ୍ଚଳ ନାୟକଙ୍କ ପୌରହିତରେ ବୈଠକ ହୋଇଥିଲା। ବହୁ ସଂଖ୍ୟାରେ ବିଦ୍ୟାଳୟର ପୁରାତନ ଛାତ୍ର ଉପସ୍ଥିତ ରହି ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ପାଳନର ରୂପରେଖ ଉପରେ ଆଲୋଚନା କରିଥିଲେ କ୍ଷ ବିଦ୍ୟାଳୟର ଛାତ୍ର ସଂଘର ଗଠନ ଓ କାର‌୍ୟ୍ୟକର୍ତ୍ତା ଚୟନ ପାଇଁ ଆସନ୍ତା ୨୨ ତାରିଖରେ ପୁଣି ଏକ ବୈଠକ ଅନୁଷ୍ଠିତ କରାଯିବାର ନିଷ୍ପତି ନିଆଯାଇଥିଲା ।ଏହି ବୈଠକରେ ବିଦ୍ୟାଳୟର ଅଧିକରୁ ଅଧିକ ପୁରାତନ ଛାତ୍ର ଯୋଗ ଦେବାକୁ ଛାତ୍ର ସଂଘ ତରଫରୁ ଜୟଦେବ ନାୟକ ଅନୁରୋଧ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ