ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ବିୟୋଗ

ଛତ୍ରପୁର : ଲକ୍ଷ୍ମୀପୁର ପଞ୍ଚାୟତ କରାପଲ୍ଲୀ ସ୍ଥିତ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ପଣ୍ଡିତ ବାସୁଦେବ ରଥଙ୍କ ଶନିବାର ହୃଦ୍‌ଘାତ ଯୋଗୁଁ ମୃତ୍ୟୁ ଘଟିଛି । ସେ ଜଣେ ସ୍ନେହୀ, ଛାତ୍ରବତ୍ସଳ ଓ ଦକ୍ଷ ଶିକ୍ଷକ ଥିଲେ । ସଂସ୍କୃତ ଓ ଓଡିଆ ଭାଷାରେ ତାଙ୍କର ଯଥେଷ୍ଟ ଦକ୍ଷତା ରହିଥିଲା । ଚମାଖଣ୍ଡି ସାହିତ୍ୟ ଘରର ଜଣେ ସକ୍ରିୟ ସଭ୍ୟ ଏବଂ ଛତ୍ରପୁର ବ୍ଲକର ଓଷ୍ଟା ସଂଗଠନର ସଂପାଦକ ଥିଲେ ।ତାଙ୍କରି ବିୟୋଗରେ କରାପଲ୍ଲୀ ଗ୍ରାମବାସୀ, ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ ଓ ସରକାରୀ ମଧ୍ୟ ଇଁରାଜୀ ବିଦ୍ୟାଳୟର ସମସ୍ତ ଶିକ୍ଷକ ,ଶିକ୍ଷୟତ୍ରୀ , ସ୍କୁଲ ପରିଚାଳକ, କମିଟି ସଭାପତି, ସ୍କୁଲ ର ଛାତ୍ରଛାତ୍ରୀ ଓପୂରାତନ ଛାତ୍ରଛାତ୍ରୀ ସମସ୍ତେ ଗଭୀର ଶୋକ ଜଣାଇଛନ୍ତି ଏବଂ ଲକ୍ଷ୍ମୀପୁର ପଞ୍ଚାୟତ, ଓ ଚମାଖଣ୍ଡି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । କରା ତାଙ୍କରି ମୃତ୍ୟୁ ନେଇ ଚମାଖଣ୍ଡି ସାହିତ୍ୟଘର ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ତାଙ୍କରି ଅମର ଆତ୍ମାର ସଦ୍‌ଗତି ପାଇଁ ପ୍ରାର୍ଥନା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ