ରାଧାକୃଷ୍ଣ ଗୋ-ସେବା ସମିତି ପକ୍ଷରୁ ଗୋପାଷ୍ଟମୀ

ବାଲେଶ୍ୱର, (ସରୋଜ ପଣ୍ଡା):ପବିତ୍ର ଗୋପାଷ୍ଟମୀ ଅବସରରେ ରାଧାକୃଷ୍ଣ ଗୋ-ସେବା ସମିତି ପକ୍ଷରୁ ସହର ଉପକଣ୍ଠ ସଇପୁରସ୍ଥିତ ଗୋ-ଶାଳାର ଅଷ୍ଟମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ସମିତିର କର୍ମକର୍ତ୍ତା ଓ ସଦସ୍ୟମାନେ ବିଶେଷ ରୀତିନୀତିରେ ସାମୂହିକ ଭାବେ ଗୋ-ମାତାଙ୍କୁ ପୂଜନ କରିଥିଲେ । ପରେ ଯଜ୍ଞ କର୍ମକାଣ୍ଡ ଅନୁଷ୍ଠିତ ହୋଇଥିଲା । ଡାକ୍ତର ସୁରେଶ ଅଗ୍ରୱାଲ ଓ ଡାକ୍ତର ଗୀତା ଅଗ୍ରୱାଲ ଏହି ଯଜ୍ଞରେ ସଂକଳ୍ପୀ ଭାବେ ଉପବିଷ୍ଟ ହେବା ସହ ଗୋ-ଶାଳାରେ ଗୋମାତାମାନଙ୍କୁ ବନ୍ଦାପନା କରି ଖାଦ୍ୟ ଖୁଆଇଥିଲେ । ସଦର ବିଧାୟକ ସ୍ୱରୂପ କୁମାର ଦାସ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଏହି ଉତ୍ସବରେ ଅତିଥି ଭାବେ ଯୋଗଦେଇ ଗୋପାଳନ ପାଇଁ ଜନ ସଚେତନତା ସୃଷ୍ଟିରେ ରାଧାକୃଷ୍ଣ ଗୋ-ସେବା ସମିତିର ଉଦହାରଣ ହୋଇଛି ବୋଲି କହିଥିଲେ । ସମିତିର ସଦସ୍ୟଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିବା ସହ ଗୋ-ଶାଳାର ଉନ୍ନତି ପାଇଁ ଯଥା ସମ୍ଭବ ସରକାରୀ ସହାୟତା ଓ ସହଯୋଗ ନିମନ୍ତେ ପଦକ୍ଷେପ ନେବେ ବୋଲି ଉଭୟ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ । ରାଧାକୃଷ୍ଣ ଗୋ-ସେବା ସମିତିର ସଭାପତି ଦ୍ୱାରିକା ପ୍ରସାଦ ମୋର ଏହି ଉତ୍ସବରେ ପୌରହିତ୍ୱ କରିଥିଲେ । ଦୀର୍ଘ ଆଠ ବର୍ଷ ଧରି ଗୋ-ଶାଳାରେ କେବଳ ଦେଶୀ ଗାଈଙ୍କୁ ରଖାଯାଇ ସେମାନଙ୍କ ସେବା ଶୁଶ୍ରୁସା କରାଯାଉଥିବା ସମିତିର ବରିଷ୍ଠ ସଦସ୍ୟ ଶିବୁ ପୋଦାର ସୂଚନା ଦେଇଥିଲେ । ସମିତିର ସମ୍ପାଦକ ମିଠୁ ପୋଦାର, ସନ୍ତୋଷ ମୋଦୀ, ପଙ୍କଜ ଅଗ୍ରୱାଲ, ଧର୍ମେନ୍ଦ୍ର ପ୍ରସାଦ ମୋର, ସୁଶୀଲ ଜାଲାନ, ସଞ୍ଜିବ ଅଗ୍ରୱାଲ, ମହେନ୍ଦ୍ର ଶାହା, ଦେବେନ୍ଦ୍ର ଶର୍ମା, ନନ୍ଦ କିଶେର ସରାୱଗୀ ପ୍ରମୁଖ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ