ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଝୁଲଣ ଉତ୍ସବ
ବାଲେଶ୍ୱର,( ଯୁଗାବ୍ଦ ନ୍ୟୁଜ୍) : ପବିତ୍ର ରକ୍ଷା ବନ୍ଧନ ପୂର୍ଣ୍ଣମୀରେ ମହାପ୍ରଭୁ ବଳଭଦ୍ରଙ୍କର ଜନ୍ମତିଥି ପଡୁଥିବା ବେଳେ ସ୍ଥାନୀୟ ରାଜାବଗିଚା ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଏକାଦଶୀଠାରୁ ଆରମ୍ଭ ହେବାକୁଥିବା ରାଧାକୃଷ୍ଣ ଜୀଉଙ୍କର ଝୁଲଣ ଯାତ୍ରା ଆଜି ତ୍ରୈୟାଦଶଠାରୁ ଶୁଭାରମ୍ଭ କରାଯାଇଛି । ଏହା ପୂର୍ଣ୍ଣମୀ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ମନ୍ଦିରର ପୂଜକ ଦିବାକର ପଣ୍ଡା ମତପୋଷଣ କରିଥିଲେ । ପ୍ରତ୍ୟେହ ସନ୍ଧ୍ୟାରେ ଭଜନ ସଂକୀର୍ତ୍ତନ ସହ ପ୍ରସାଦ ସେବନର କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବାକୁ ଥିବା ବେଳେ ୨୦୦୮ ମସିହାରୁ ୧୨ ବର୍ଷ ହେଲା ଅଦ୍ୟାବଧି ଏହି ଝୁଲଣ ଉତ୍ସବ ଚାଲୁ ରହିଅଛି । ଏହି କାର୍ଯ୍ୟକ୍ରମରେ ପୂଜକ ପରମାନନ୍ଦ ଦ୍ୱିବେଦୀ, ବେଣୁଧର ରଥ, ମନ୍ଦିର ପରିଚାଳକ ବିହାରୀ ଚରଣ ଭୂୟାଁ, ଡ. ପ୍ରଫୁଲ୍ଲ ଆଚାର୍ଯ୍ୟ, ଅଶ୍ୱନୀ କୁମାର ବିଶ୍ୱାଳ, ନିତ୍ୟାନନ୍ଦ ଦ୍ୱିବେଦୀ, ମାଈତି ବାବୁ ପ୍ରଭୃତି ଉପସ୍ଥିତ ରହିବା ସହ ଶତାଧିକ ଭକ୍ତ ରାଧାକୃଷ୍ଣଙ୍କ ଜୀଉଙ୍କର ଝୁଲଣ ପର୍ବରେ ସାମିଲ ହୋଇଥିଲେ ।