ରାଧାଗୋବିନ୍ଦ ଧାମରେ ଜନ୍ମାଷ୍ଟମୀ ପାଳିତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ମାଳଦା ରାଧାଗୋବିନ୍ଦ ଧାମ ଠାରେ ଆଜି ପବିତ୍ର ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି । ଧାମର ନିୟମିତ ପୂଜକ କ୍ଷୀରୋଦ ଦାସଙ୍କ ତତ୍ୱାବଧାନରେ ପ୍ରାତଃ ମଙ୍ଗଳଆରତୀ, ବାଲ୍ୟଭୋଗ, ସଂକୀର୍ତ୍ତନ ସାଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଧାମ ପରିଚାଳକ ଶିକ୍ଷାବିତ ରାମଚନ୍ଦ୍ର ମହାନ୍ତି ଗୁରୁବନ୍ଦନା ପାଠ ସହିତ ଜନ୍ମାଷ୍ଟମୀ ଉପଲକ୍ଷେ ଶ୍ରୀକୃଷ୍ଣଙ୍କ ଭଜନଜଣାଣ ଗାନ କରିଥିଲେ । ଧାମ ପକ୍ଷରୁ ସନ୍ଧ୍ୟା ଆଳତୀ ସହିତ ବିଳମ୍ବିତ ରାତିରେ ଭଗବାନ କୃଷ୍ଣଙ୍କ ଜନ୍ମୋତ୍ସବ ପାଳିତ ହୋଇଥିଲା । ଦିବସଭରି ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁ ମାନେ ଯୋଗଦେଇ ବିଭୂକୃପା ଲାଭ କରିଥିଲେ । ଜନ୍ମଉତ୍ସବ କାର୍ଯ୍ୟକ୍ରମକୁ ଭକ୍ତହରି ରାଉତ, ବିପିନ ବିହାରୀ ଦାସ, ଅନନ୍ତ ପଲେଇ, ସ୍ନେହଲତା ମହାନ୍ତି, ବାସନ୍ତୀ ଦାସ, ରଜତ ଜେନା, ଚନ୍ଦ୍ରମଣୀ ନାୟକ, ପୁରୁଷୋତ୍ତମ ବେହେରା, ଚତୁର୍ଭୁଜ ପରିଡା, ମାଣିକ ଜେନା ପ୍ରମୁଖ ପରିଚାଳନା କରିଥିଲେ ।