ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ପାଠ୍ୟଉପକରଣ ବଣ୍ଟନ
ହାଟଡ଼ିହି, : ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ବିଭିନ୍ନ ହାଇସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟଉପକରଣ ବଣ୍ଟନ କରାଯାଇଛି । ପ୍ରାରମ୍ଭରେ ଜନ୍ମାଷ୍ଟମୀ ଉପଲକ୍ଷେ ପ୍ରଭୂ ରାଧାକୃଷ୍ଣଙ୍କ ନିକଟରେ ମହାଆଡମ୍ବର ସହକାରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ରାଧାଗୋବିନ୍ଦ ଫାଉଣ୍ଡେସନର ସଭାପତି ପଞ୍ଚାନନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ‘ଏଇତ ଜୀବନ’ ସେବାସଂସ୍ଥାର ଉପସଭାପତି ସାଗରିକା ଜେନା ଯୋଗଦେଇ ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ଏହି ଅଞ୍ଚଳରେ କରାଯାଉଥିବା ବିଭିନ୍ନ ଜନହୀତକର କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଭାନୁପ୍ରଭା ହାଇସ୍କୁଲ, ଟି.ଏମ.ଏକାଡେମୀ ଡଅଁର, ହାବଳେଶ୍ୱର ପ୍ରଭୃତି ହାଇସ୍କୁଲର ଗରିବ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରିଥିଲେ । ଶିକ୍ଷକ ଗୋବର୍ଦ୍ଧନ ରଣା, ମଦନ ମୋହନ ନାୟକ, ଦିନବନ୍ଧୁ ପଢ଼ିଆରୀ, ଚିତ୍ତରଞ୍ଜନ ମଲ୍ଲିକ ପ୍ରମୁଖ ଯୋଗଦେଇ ରାଧାଗୋବିନ୍ଦ ଫାଉଣ୍ଡେସନର ଏହି ମହତ କାର୍ଯ୍ୟକୁ ଭୁୟସୀ ପ୍ରସଂଶା କରିବା ସହିତ ଅର୍ଥାଭାବରୁ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଥିବା ଛାତ୍ରଛାତ୍ରୀଙ୍କୁ ଫାଉଣ୍ଡେସନ ପକ୍ଷରୁ ସହଯୋଗର ହାତ ବଢ଼ାଇବା ପାଇଁ ଆହ୍ୱାନ କରିଥିଲେ । ଏଥିରେ ଫାଉଣ୍ଡେସନର ସଦସ୍ୟ ଅରୁପ କୁମାର ରାଉତ, ଗୋପିନାଥ ରାଉତ, ପ୍ରତାପ କୁମାର ଦାସ, ପଙ୍କଜ କୁମାର ବେହେରା, ରାଜେଶ କୁମାର ପରିଡା, ଆକାଶ ବେହେରା, ମୁକେଶ କୁମାର ନାୟକ, କାମଦେବ ମହାନ୍ତି,ରାଜେଶ କୁମାର ମହାନ୍ତି, କାର୍ତ୍ତିକେଶ୍ୱର ଦାସ, ପବିତ୍ର କୁମାର ରାଉତ, ଅରୁଣ କୁମାର ହାତୀ, ସ୍ମୃତି ରଞ୍ଜନ ରାଉତ, ମହେଶ୍ୱର ରାଉତ, ଅଶୋକ କୁମାର ପଣ୍ଡା, ରଜ କିଶୋର ମହାନ୍ତି, ସ୍ୱୟଂ ପ୍ରକାଶ ମିଶ୍ର, ଜ୍ଞାନ ରଞ୍ଜନ ଦାସ, ସୋମନାଥ ଦାସ, ହରମୋହନ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ ।