ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ସୋଲାର ଷ୍ଟ୍ରିଟ ଲାଇଟ ଲୋକାର୍ପିତ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ହାବଳେଶ୍ୱର ପଞ୍ଚାୟତର ମଥୁରାପୁର ବୈତରଣୀ ପୋଲ ନିକଟରେ ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ଉଜ୍ଜଳ ସୋଲାର ଲାଇଟ ସ୍ଥାପନ କରାଯାଇଛି । ଏଠାରେ ବିଦ୍ୟୁତ ସଂଯୋଗ ନଥିବାରୁ ସଂନ୍ଧ୍ୟା ହେଲେ ପୋଲ ମୁଣ୍ଡ ରାସ୍ତା ସମେତ ଆଖପାଖ ଅଞ୍ଚଳ ଅନ୍ଧକାରମୟ ହୋଇଯାଏ । ଫଳରେ ଯାତ୍ରୀମାନେ ନାନା ଅସୁବିଧା ଭୋଗ କରିଥାନ୍ତି ।ଏହାକୁ ଦୃଷ୍ଟିରେ ରଖି ରାଧାଗୋବିନ୍ଦ ଫାଉଣ୍ଡେସନ ତାର ନିଜସ୍ୱ ଉଦ୍ୟମରେ ୪ଗୋଟି ସୋଲାର ଲାଇଟ ସ୍ଥାପନ କରିଛି । ଫାଉଣ୍ଡେସନର ଅଧ୍ୟକ୍ଷ ପଞ୍ଚାନନ ମହାନ୍ତି ନଡିଆଭାଙ୍ଗି ଏହାକୁ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିଥିଲେ । ଏଥିରେ କନିଷ୍ଠଯନ୍ତ୍ରୀ ମନୋଜ ବେହେରା, ଅରୁପ କୁମାର ରାଉତ, ପଙ୍କଜ କୁମାର ବେହେରା, ଚିତ୍ତରଞ୍ଜନ ମଲ୍ଲିକ, ମୁକେଶ କୁମାର ନାୟକ, ଦେବୀପ୍ରସାଦ ଗୁମାନ ସିଂ, ରାଜ କିଶୋର ପରିଡା, ହେମନ୍ତ କୁମାର ମହାନ୍ତି, ତପନ କୁମାର ରାଉତ, ଅରବିନ୍ଦ ପ୍ରଧାନ, ସୁଶାନ୍ତ କୁମାର ଜେନା, କାର୍ତ୍ତିକେଶ୍ୱର ଦାସ, ଦେବାଶିଷ ନାୟକ, ସ୍ୱୟଂ ପ୍ରକାଶ ମିଶ୍ର, ରାଜେଶ କୁମାର ମହାନ୍ତି, ପ୍ରତାପ କୁମାର ଦାସ, ଦେବରାଜ ହାତୀ, ରୁଦ୍ର ମାଧବ ଦେଓ, ଶଙ୍କର୍ଶଣ ଜେନା, ଅଜୟ କୁମାର ଜେନାଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ