ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ଚାରା ରୋପଣ

ହାଟଡିହି, (ଓ୍ବାଇଏନ୍ଏସ୍) : ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୈତରଣୀ ନଦୀବନ୍ଧର ଦୁଇପାଶ୍ୱର୍ରେ କୌଣସି ଗଛ ନଥିବାରୁ କିପରି ନଦୀବନ୍ଧର ଦୁଇପାଶ୍ୱର୍ରେ ବୃକ୍ଷ ରୋପଣ କରାଯାଇ ନଦୀବନ୍ଧକୁ ସୁରକ୍ଷା କରାଯିବ ସେନେଇ ରାଧାଗୋବିନ୍ଦ ସଂକଳ୍ପବଦ୍ଧ ହୋଇଛି । ଦୁଇବର୍ଷ ହେଲା ଫାଉଣ୍ଡେସନ ପକ୍ଷରୁ ବ୍ୟାପକ ବୃକ୍ଷରୋପଣ କରାଯାଇଛି । ଆଜି ଫାଉଣ୍ଡେସନର ଅଧ୍ୟକ୍ଷ ପଞ୍ଚାନନ ମହାନ୍ତିଙ୍କ ସଂଯୋଜନାରେ ବୈତରଣୀ ନଦୀବନ୍ଧର ବାଲିପଦା ଗ୍ରାମ ନିକଟରେ ପାଞ୍ଚଶହରୁ ଉର୍ଦ୍ଧ ଚାରା ରୋପଣ କରାଯାଇଥିଲା । ଅରୁପ କୁମାର ରାଉତ, ପଙ୍କଜ କୁମାର ବେହେରା, ମୁକେଶ କୁମାର ନାୟକ, ରାଜ କିଶୋର ପରିଡା, ହେମନ୍ତ କୁମାର ମହାନ୍ତି, ପ୍ରଶାନ୍ତ କୁମାର ମଲ୍ଲିକ, ସୁଶାନ୍ତ କୁମାର ଜେନା, କାର୍ତ୍ତିକେଶ୍ୱର ଦାସ, ଦେବାଶିଷ ନାୟକ, ସ୍ୱୟଂ ପ୍ରକାଶ ମିଶ୍ର, ରାଜେଶ କୁମାର ମହାନ୍ତି, ପ୍ରତାପ କୁମାର ଦାସ, ଦେବରାଜ ହାତୀ, ଜ୍ଞାନ ରଞ୍ଜନ ରାଉତ, ସନ୍ଦିପ୍ତ ରାଉତ, ଶଙ୍କର୍ଶଣ ଜେନା, ଅଜୟ କୁମାର ଜେନାଙ୍କ ସମେତ ଅନେକ ଗ୍ରାମବାସୀ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ