ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ଅସହାୟ ଗରିବ ଲୋକଙ୍କୁ କମ୍ବଳ ବଣ୍ଟନ

ହାଟଡ଼ିହି, (ବିକାଶ ବିଶ୍ୱାଳ): ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ଆଇତିପୁର ପଞ୍ଚାୟତ ରାଘବପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅମୃତପୁର, ସହାପୁର, ଗେଡମା, ଜଳସରପୁର, ଆଇତିପୁର, କାମେଶ୍ୱରପୁର, ଟଙ୍କାଗଡିଆ, ରତକଣା, ମଧୁପୁର, ମଦରଙ୍ଗା, ରାଘବପୁର ଓ ନୁଆଗାଁ ପ୍ରଭୃତି ଗ୍ରାମର ୫ଶହରୁ ଉଦ୍ଧ ଗରିବ ବୃଦ୍ଧବୃଦ୍ଧାଙ୍କୁ ଶୀତବସ୍ତ୍ର ସ୍ୱରୁପ କମ୍ବଳ ବଣ୍ଟନ କରାଯାଇଥିଲା । ଉକ୍ତ କରାର୍ଯ୍ୟକ୍ରମରେ ଫାଉଣ୍ଡେସନର ସଭାପତି ପଞ୍ଚାନନ ମହାନ୍ତି, ତାଙ୍କ ସହଧର୍ମିଣୀ ସାଗରୀକା ମହାନ୍ତି, ଅଶୋକ କୁମାର ପଣ୍ଡା, ଚିତ୍ତରଞ୍ଜନ ମଲ୍ଲିକ, ଅରୁପ କୁମାର ରାଉତ, ମୁକେଶ କୁମାର ନାୟକ, ରାଜକିଶୋର ପରିଡା, ସୁଶାନ୍ତ କୁମାର ଜେନା, ପ୍ରଶାନ୍ତ କୁମାର ମଲ୍ଲିକ, ଦେବାଶିଷ ନାୟକ, ରାଜେଶ କୁମାର ମହାନ୍ତି, ସ୍ମୃତି ରଞ୍ଜନ ରାଉତ, ମହେଶ୍ୱର ରାଉତ, ସୌରୀ ରଞ୍ଜନ ମହାନ୍ତି, ସୌମ୍ୟ ରଞ୍ଜନ ମହାନ୍ତି, ଗଦାଧର ମଲ୍ଲିକ, ନଳିନୀକାନ୍ତ ମହାନ୍ତି, ବାମଦେବ ନାୟକ, ଭାଗିରଥି ଧଳ, ଭାବଗ୍ରାହୀ ବେହେରା, ଦେବାଶିଷ ନାୟକ, ପବିତ୍ର କୁମାର ରାଉତ, ସ୍ୱସ୍ତିକା ମହାନ୍ତି, ଯୁଗାଧିପ ରାଉତ, ପ୍ରୀତିକା ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ରକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ