ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ଚାରା ରୋପଣ

ହାଟଡ଼ିହି, (ବିକାଶ ବିଶ୍ୱାଳ): ଜନ୍ମାଷ୍ଟମୀର ଶୁଭ ଅବସରରେ ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ବାଲିପଦା ଗ୍ରାମ ପ୍ରାଙ୍ଗଣରେ ଚଳିତବର୍ଷର ଦ୍ୱିତୀୟ ପର୍ଯ୍ୟାୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୁସ୍ଥ ନୀରାମୟ ଜୀବନ ଯାପନ ପାଇଁ ସୁସ୍ଥ ପରିବେଶ ଆବଶ୍ୟକ । ବର୍ତ୍ତମାନ ସମୟରେ ବାୟୁପ୍ରଦ୍ୟୁଷଣ ବୃଦ୍ଧି ପାଉଥିବାରୁ ଏହାକୁ ରୋକିବାପାଇଁ ବୃକ୍ଷ ରୋପଣର ଆବଶ୍ୟକତା ଅଛି । ଏବେ ଅମ୍ଳଜାନର ଘୋର ଅଭାବ ଯୋଗୁଁ ଅନେକ ଲୋକଙ୍କ ମୃତ୍ୟୁପରେ ଲୋକମାନେ ଗଛଲଗାଇବା ପାଇଁ ସଚେତନ ହେବା ଜରୁରୀ ହୋଇପଡିଛି ବୋଲି ଫାଉଣ୍ଡେସନର ଅଧ୍ୟକ୍ଷ ପଞ୍ଚାନନ ମହାନ୍ତି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଇଛନ୍ତି । ଶ୍ରୀଯୁକ୍ତ ମହାନ୍ତିଙ୍କ ନିଜସ୍ୱ ଉଦ୍ୟମରେ ୨୦୦ରୁ ଉର୍ଦ୍ଧ ବିଭିନ୍ନ ଫଳନ୍ତି ଗଛ ଯଥା ଆମ୍ବ, ପଣସ, ପିଜୁଳି, ଅଁଳା, ନଡିଆ ଆଦି ଚାରା ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପଙ୍କଜ କୁମାର ବେହେରା, ଅରୁପ ରାଉତ, ସୁଦର୍ଶନ ସାହୁ, ପ୍ରତାପ ଦାସ, ସୁଶାନ୍ତ ଜେନା, ଗଙ୍ଗାଧର ପାତ୍ର, ରାଜେଶ ମହାନ୍ତି, ସ୍ମୃତିରଞ୍ଜନ ମହାନ୍ତି, ଆକାଶ ବେହେରା, ଅରୁଣ ହାତୀ, ଚନ୍ଦ୍ରକାନ୍ତ ପରିଡା, ଦେବରାଜ ହାତୀ, ଜିତେନ୍ଦ୍ର ମୁଦୁଲି, ଧର୍ମେନ୍ଦ୍ର ପ୍ରଧାନ, ଅଜୟ ଜେନା, ସନ୍ଦିପ୍ତ ରାଉତ, ମହେଶ୍ୱର ରାଉତ, ରବିନ୍ଦ୍ର ତରେଇ, ଶୁକଦେବ ଖଟୁଆ, ଚିନ୍ତାମଣୀ ରାଉତ, ବାଇଧର ସେଠୀ ପ୍ରମୁଖ ଯୋଗଦେଇ ଚାରା ରୋପଣ କରିବାସହ ଏହାର ଯତ୍ନ ପାଇଁ ସମସ୍ତ ସଦସ୍ୟଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଏଠାରେ ସୁଚନାଯୋଗ୍ୟ ଯେ ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ପ୍ରତିବର୍ଷ ବିଭିନ୍ନ ସ୍ଥାନରେ ଶହଶହ ବୃକ୍ଷ ରୋପଣ କରାଯାଇ ପରିବେଶ ସୁରକ୍ଷା ଉପରେ ସଚେତନତା କାର୍ଯ୍ୟମାନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ