ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ କମ୍ବଳ ବଣ୍ଟନ
ହାଟଡ଼ିହି, (ବିକାଶ ବିଶ୍ୱାଳ):ପବିତ୍ର ରାହାସ ପୁର୍ଣ୍ଣିମା ଅବସରରେ ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ହାବଳେଶ୍ୱର ପଞ୍ଚାୟତର ଜାବିନିପୁର ଗ୍ରାମରେ କମ୍ବଳ ବଣ୍ଟନ କରାଯାଇଛି । ଫରଉଣ୍ଡେସନର ସଭାପତି ପଞ୍ଚାନନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବାମଦେବ ନାୟକ, ପୁରୁଷୋତ୍ତମ ମହାନ୍ତି, କୃପାସିନ୍ଧୁ ମଲ୍ଲିକ, ରାମଚନ୍ଦ୍ର ମହାନ୍ତି, ଚିତ୍ତରଞ୍ଜନ ମଲ୍ଲିକ, ଅରୁପ କୁମାର ରାଉତ, ଜିତେନ୍ଦ୍ର ମହାନ୍ତି, ଦେବରାଜ ହାତୀ, ଜିତେନ୍ଦ୍ର ମୁଦୁଲି, ଆକାଶ କୁମାର ବେହେରା, ମହେଶ୍ୱର ରାଉତ, ବଳରାମ ମହାନ୍ତି, ଦୀନବନ୍ଧୁ ତରେଇ, ସୌମ୍ୟ ରଞ୍ଜନ ରାଉତ ପ୍ରମୁଖ ଉପସ୍ଥିତ ରହି ଗ୍ରାମର ଦେଢ଼ଶହ ଲୋକଙ୍କୁ ଶୀତବସ୍ତ୍ର ବଣ୍ଟନ କରିଥିଲେ ।