ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ଜମ୍ଭରାରେ ବାଦିପାଲା

ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ହାବଳେଶ୍ୱର ପଞ୍ଚାୟତର ଜମ୍ଭରା(ଶାଳବଣୀ) ଠାରେ ସତ୍ୟନାରାୟଣ ବାଦିପାଲା ଅନୁଷ୍ଠିତ ହୋଇଯାଇଛି । ତିନିଦିନ ଧରି ଅନୁଷ୍ଠିତ ଏହି ବାଦିପାଲାରେ ଗାୟକ ବାଚଷ୍ପତି ବନ ବିହାରୀ ଗ୍ରହାଚାର୍ଯ୍ୟ ଓ ଗାୟକ ଜ୍ଞାନ ବାରିଧି ଭାଷ୍କର ଚନ୍ଦ୍ର ସାହୁ ଯୋଗଦେଇ ପାଲା ପରିବେଷଣ କରିଥିଲେ । ଆଖ ପାଖ ଅଞ୍ଚଳର ଶହଶହ ପାଲାପ୍ରେମୀ ଓ ସାହିତ୍ୟାନୁରାଗୀ ଦର୍ଶକ ଉପସ୍ଥିତ ରହି ପାଲାକୁ ଉପଭୋଗ କରିଥିଲେ । ରାଧାଗୋବିନ୍ଦ ଫାଉଣ୍ଡେସନର ପ୍ରତିଷ୍ଠାତା ପଞ୍ଚାନନ ମହାନ୍ତି ଓ ତାଙ୍କ ଟ୍ରଷ୍ଟର ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ