ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ  ବୃକ୍ଷ ରୋପଣ 

ହାଟଡିହି, (ବିକାଶ ବିଶ୍ୱାଳ) :-ବୃକ୍ଷ ହିଁ ଜୀବନ, ଏହି ନାରାଦେଇ ରାଧାଗୋବିନ୍ଦ ଫାଉଣ୍ଡେସନ ଆଜକୁ ଚାରିବର୍ଷ ହେଲା ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରି ଆସୁଛି । ଓଡିଶାର ବିଭିନ୍ନ ଜିଲ୍ଲା ସମେତ କଲିକତାରେ ମଧ୍ୟ  ତାର ଏହି କାର୍ଯ୍ୟକ୍ରମ ଚାଲୁ ରଖିଛି । ବୃକ୍ଷ ନବଞ୍ଚିଲେ ମଣିଷ ସମାଜ ବଞ୍ଚିବା କଷ୍ଟକର ବୋଲି ଏହାର ପ୍ରତିଷ୍ଠାତା ପଞ୍ଚାନନ ମହାନ୍ତି ପ୍ରକାଶ କରିଛନ୍ତି । ଆଜି ବାଲିପଦା ନିକଟସ୍ଥ ବୈତରଣୀ ନଦୀପଠାରେ ଏହି ବୃକ୍ଷ ରୋପଣ କାର୍ଯ୍ରକ୍ରମ କରାଯାଇ ଶତାଧିକ ଚାରା ରୋପଣ କରାଯାଇଥିଲା । ଏଥିରେ ପ୍ରତିଷ୍ଠାତା ପଞ୍ଚାନନ ମହାନ୍ତି, ତାଙ୍କ ସହଧର୍ମିଣୀ ସାଗରୀକା ମହାନ୍ତିଙ୍କ ସମେତ ଫାଉଣ୍ଡେସନର ସଦସ୍ୟ ଅରୁପ କୁମାର ରାଉତ, ସୁଶାନ୍ତ ଜେନା, ଚନ୍ଦ୍ରକାନ୍ତ ପରିଡା, ରାଜ କିଶୋର ପରିଡା, ମୁକେଶ କୁମାର ନାୟକ, ସମିର ରାଉତ, କାର୍ତ୍ତିକେଶ୍ୱର ପାଲ, ଦେବବ୍ରତ ମଲ୍ଲିକ, ଦେବାଶିଷ ନାୟକ, ରାଜେଶ କୁମାର ମହାନ୍ତି, ସ୍ମୃତି ରଞ୍ଜନ ରାଉତ, ମହେଶ୍ୱର ରାଉତ, ମନୋଜ ମଲ୍ଲିକ, ଅନିଲ ସେଠୀ, ପବିତ୍ର ରାଉତ, ଚିନ୍ତାମଣୀ ରାଉତ, ସ୍ୱୟଂ ପ୍ରକାଶ ମିଶ୍ର, ଅଜୟ ନାୟକ, ଭାବଗ୍ରାହୀ ଜେନା, ରାଜକିଶୋର ମଲ୍ଲିକ, ଟିମାକର ନାୟକ, ପ୍ରତାପ ଦାସ, ସେନ ଗୁଟ୍ଟାଭାନ, ଦେବରାଜ ହାତୀ, ବାଇଧର ସେଠୀ, ଜିତେନ୍ଦ୍ର ମୁଦୁଲି ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ । ଚଳିତବର୍ଷ ଏହି ନଦୀ ପଠାରେ ପାଞ୍ଚଶହରୁ ଉର୍ଦ୍ଧ ବୃକ୍ଷ ରୋପଣ କରାଯିବାର ଯୋଜନା ରହିଛି ବୋଲି ପଞ୍ଚାନନ ମହାନ୍ତି ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ