ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କ ଗାଁରେ ଜନମଙ୍ଗଳ କାର୍ଯ୍ୟକ୍ରମ
ହାଟଡ଼ିହି, ,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ହାବଳେଶ୍ୱର ପଞ୍ଚାୟତ ଜମ୍ଭରା ଠାରେ ଥିବା ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ସଡଙ୍ଗୀଙ୍କ ଗ୍ରାମ ଗୋପୀନାଥପୁରରେ ଜନମଙ୍ଗଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ରୀଯୁକ୍ତ ପଞ୍ଚାନନ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ସଡଙ୍ଗୀ ସାମିଲ ହୋଇ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ସ୍ୱରୁପ ଗ୍ରାମ ସଫେଇ, ପ୍ଲାଷ୍ଟିକ ମୁକ୍ତ ଅଭିଯାନ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିଥିଲେ । ଏହି ଅବସରରେ ୨୦୦ ଗରିବ ନିରାଶ୍ରୟ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କରାଯିବା ପ୍ଲାଷ୍ଟିକ ବ୍ୟାଗ କରିବା ପାଇଁ ସଚେତନତା ସ୍ୱରୁପ ସହିତ ୪୦୦ଗ୍ରାମବାସୀଙ୍କୁ କପଡା ବ୍ୟାଗ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଧାଗୋବିନ୍ଦ ଫାଉଣ୍ଡେସନ ର ସଦସ୍ୟ ଅରୁପ କୁମାର ରାଉତ, ପଙ୍କଜ କୁମାର ବେହେରା, ମୁକେଶ କୁମାର ନାୟକ, ସୁଶାନ୍ତ କୁମାର ଜେନା,ରାଜେଶ କୁମାର ମହାନ୍ତି, କାର୍ତ୍ତିକେଶ୍ୱର ଦାସ, ସଂଗ୍ରାମ କେଶରୀ ଦାସ, ଅରୁଣ କୁମାର ହାତୀ, ପ୍ରମୁଖ ସହଯୋଗ କରିଥିଲେ । ଗତ କିଛିଦିନ ତଳେ ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ କଲିକତା, ଭୁବନେଶ୍ୱର ପ୍ରଭୃତି ସହର ମାନଙ୍କରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇ ସବୁଜ ବନାନୀ ସୃଷ୍ଟି ପାଇଁ ଜନସଚେତନତା ସୃଷ୍ଟି କରାଯାଇଥିଲା ।