ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ବଣ୍ଟନ
ହାଟଡିହି, (ବିକାଶ ବିଶ୍ୱାଳ ) : ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ଭାନୁପ୍ରଭା ହାଇସ୍କୁଲ ଜମ୍ଭରାର ଗରିବ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ବଣ୍ଟନ କରାଯାଇଛି । ଚଳିତବର୍ଷ ସରକାରୀ ସ୍ତରରେ ପାଠ୍ୟପୁସ୍ତକ ମିଳି ନଥିବାରୁ ଛାତ୍ରଛାତ୍ରୀ ମାନେ ଶିକ୍ଷାଦାନରେ ଘୋର ଅସୁବିଧା ଭୋଗ କରୁଥିଲେ । ଏହାକୁ ଦୃଷ୍ଟିରେ ରଖି ଫାଉଣ୍ଡେସନ ପକ୍ଷରୁ ପାଠ୍ୟ ପୁସ୍ତକ ଯୋଗାଇଦିଆଯାଇ ଛାତ୍ରଛାତ୍ରୀଙ୍କ ଶିକ୍ଷାଲାଭରେ ସହଯୋଗ କରିବା ପାଇଁ ଉଦ୍ୟମ କରିଥିଲା । ଫାଉଣ୍ଡେସନର ପ୍ରତିଷ୍ଠାତା ପଞ୍ଚାନନ ମହାନ୍ତି ଓ ସାଗରୀକା ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନର ସଦସ୍ୟ ଅରୁପ କୁମାର ରାଉତ, ସୁଶାନ୍ତ ଜେନା, ଚନ୍ଦ୍ରକାନ୍ତ ପରିଡା, ରାଜେଶ କୁମାର ମହାନ୍ତି, ଆକାଶ ବେହେରା, ଜିତେନ୍ଦ୍ର ରାଉତ, ହେମନ୍ତ ମହାନ୍ତି, ଚିତ୍ତରଞ୍ଜନ ମଲ୍ଲିକ, କାର୍ତ୍ତିକ ଦାସ, କାମଦେବ ଦାସ ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ବଣ୍ଟନ କରିଥିଲେ । ଫାଉଣ୍ଡେସନର ଏପରି କାର୍ଯ୍ୟକୁ ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ଭୂୟସୀ ପ୍ରସଂଶା କରିଛନ୍ତି ।