ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ରୋପଣ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ହାବଳେଶ୍ୱର ପଞ୍ଚାୟତ ଜମ୍ଭରା ଓ ଶାଳବଣୀ ଠାରେ ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଛ ଲଗାଅ ପରିବେଶ ବଞ୍ଚାଅ ନାରା ଦେଇ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଆଜି ଶାଳବଣି ଓ ଜମ୍ଭରା ଠାରେ ଆମ୍ବ, ପଣସ, ବର, ଅସ୍ୱସ୍ଥ, ଲିମ୍ବ, ରାଧାଚୁଡା, ଶିରିଶି, ଛତିଆନା ଆଦି କିସମର ଦୁଇଶହରୁ ଉର୍ଦ୍ଧ ଚାରା ରୋପଣ କରାଯାଇଥିଲା । ଖାଲି ଯେ ଚାରା ରୋପଣ କରିଦେଲେ ତାହା ହେବ ନାହିଁ ଗଛ ଗୁଡିକୁ ଯେପରି ଯତ୍ନ ସହକାରେ ସୁରକ୍ଷିତ କରାଯିବ ତାହା ଉପରେ ଫାଉଣ୍ଡେସନର ଅଧ୍ୟକ୍ଷ ପଞ୍ଚାନନ ମହାନ୍ତି ଗୁରୁତ୍ୱ ଦେଇ ସଦସ୍ୟ ମାନଙ୍କୁ ଦାୟିତ୍ୱ ଦେଇଛନ୍ତି । ଏଥିରେ ଅଧ୍ୟକ୍ଷଙ୍କ ସହ ଅରୁପ କୁମାର ସା, ସୁଶାନ୍ତ ଜେନା, ରାଜେଶ କୁମାର ମହାନ୍ତି, ମନୋଜ ମଲ୍ଲିକ, ଜିତେନ୍ଦ୍ର ରାଉତ, ଆକାଶ ବେହେରା ପ୍ରମୁଖ ସାମିଲ ହୋଇଥିଲେ ।