ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ଚକ୍ଷୁ ଓ କର୍ଣ୍ଣ ଚିକିତ୍ସ ଶିବିର

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶାଳବଣି ରାଧାଗୋବିନ୍ଦ ମନ୍ଦିର ପରିସରରେ ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ଚକ୍ଷୁ ଓ କର୍ଣର୍ ଚିକିତ୍ସା ଶିବର ଅନୁଷ୍ଠିତ ହୋଇଯାଇଛି । ଏହି ଅଞ୍ଚଳଟି କେନ୍ଦୁଝର ଜିଲ୍ଲାର ଉପାନ୍ତ ଅଞ୍ଚଳ ହୋଇଥିବାବେଳେ ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ପ୍ରତିବର୍ଷ ମାଗଣା ସ୍ୱାସ୍ଥ୍ୟ ଶିବିର, ଦନ୍ତ ଚିକିତ୍ସା ଶିବିର, ଚକ୍ଷୁ ଚିକିତ୍ସା ଶିବର, ରକ୍ତଦାନ ଶିବିର କରାଯାଇ ଲୋକଙ୍କୁ ସେବା ଯୋଗାଇ ଦେଉଥିବାବେଳେ ଆଜି ଏକ ଚକ୍ଷୁ ଓ କର୍ଣ୍ଣ ଚିକିତ୍ସା ଶିବିର କରାଯାଇ ଶହେରୁ ଉର୍ଦ୍ଧ ଲୋକଙ୍କ ଚକ୍ଷୁ ଓ କର୍ଣ୍ଣ ପରୀକ୍ଷା କରାଯାଇଥିଲା । ଡ. କିଶୋର ଚନ୍ଦ୍ର ସ୍ୱାଇଁ, ଡ. ରଶ୍ମୀକାନ୍ତ ସେନାପତି, ଡ. ପ୍ରକାଶ କୁମାର ସେଠୀ ପ୍ରମୁଖ ଯୋଗଦେଇ ରୋଗୀ ମାନଙ୍କୁ ପରୀକ୍ଷା ନିରୀକ୍ଷା କରିଥିବାବେଳେ ୧୪ଜଣଙ୍କ ମେତେିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ଚିହ୍ନଟ ହୋଇଥିଲେ । ସେହିପରି କର୍ଣ୍ଣ ରୋଗରେ ପିଡିତ ଲୋକଙ୍କୁ ମାଗଣାରେ ଶ୍ରବଣଯନ୍ତ୍ର ଯୋଗାଇ ଦେବାର ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ଫାଉଣ୍ଡେସନର ପ୍ରତିଷ୍ଠାତା ପଞ୍ଚାନନ ମହାନ୍ତି ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବାବେଳେ ଅରୁପ ରାଉତ, ହେମନ୍ତ କୁମାର ମହାନ୍ତି, ରାଜେଶ ମହାନ୍ତି, ସ୍ୱୟଂ ପ୍ରକାଶ ମିଶ୍ର, ଆକାଶ ବେହେରା, ପଙ୍କଜ ବେହେରା, ସୁଶାନ୍ତ ଜେନା, ନଳିନିକାନ୍ତ ମହାନ୍ତି, ସ୍ମୃତି ରଞ୍ଜନ ରାଉତ, ଚିତ୍ତରଞ୍ଜନ ମଲ୍ଲିକ, ରାଜ କିଶୋର ସ୍ୱାଇଁ, ରାଜ କିଶୋର ପରିଡା ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ