ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ, ସମ୍ବର୍ଦ୍ଧିତ ହେଲେ ସ୍ୱେଚ୍ଛାସେବୀ
ହାଟଡ଼ିହି, : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ହାବଳେଶ୍ୱର ପଞ୍ଚାୟତ ଜମ୍ଭରାର ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱରର ବୁଦ୍ଧପାର୍କ ଠାରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନେକ ସ୍ୱୋଚ୍ଛାସେବୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ଲୋକମାନଙ୍କୁ ପ୍ଲାଷ୍ଟିକ ମୁକ୍ତ ଭାରତ ଗଠନ ନିମନ୍ତେ ସଚେତନ କରାଯିବା ସହ ବ୍ୟାଗ ବଣ୍ଟନ କରାଯାଇଛି । ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ରୀଯୁକ୍ତ ପଞ୍ଚାନନ ମହାନ୍ତିଙ୍କ ସଂଯୋଜନାରେ ସୁ ସାହିତ୍ୟିକ ତଥା ଆଦର୍ଶ ଶିକ୍ଷାବିତ ନାରାୟଣ ଚନ୍ଦ୍ର ସେନାପତିଙ୍କ ସଭାପତିତ୍ୱରେ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୁର୍ବତନ ରାଜସ୍ୱମନ୍ତ୍ରୀ ମନମୋହନ ସାମଲ, ମୁଖ୍ୟ ବକ୍ତା ଭାବେ ସ୍ୱଚ୍ଛ ଭାରତ ଅଭିଯାନର ଓଡିଶା ମୁଖ୍ୟ ମହେଶ ମହାନ୍ତି, ବରେଣ୍ୟ ଅତିଥି ଭାବେ ଭାଜପାର ଉପସଭାପତି ସମିର ମହାନ୍ତି, ସମାଜସେବୀ ସୁଦର୍ଶନ ଦାଶ, ସାହିତ୍ୟିକ ଲମ୍ବୋଦର ରାଉତ ପ୍ରମୁଖ ଯୋଗଦେଇ ସ୍ୱଚ୍ଛ ଭାରତ ଅଭିଯାନର ଉଦ୍ଦେଶ୍ୟ , ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଓ ବୃକ୍ଷରୋପଣର ମହତକା„ା ସମ୍ପର୍କରେ ଆଲୋକପାତ କରିଥିଲେ । ସ୍ନିଗ୍ଧା ଡ୍ୟାନସ ଗ୍ରୁପ ଦ୍ୱାରା ଶିବ ତାଣ୍ଡବ ଓ ସ୍ୱାଗତ ନୃତ୍ୟ ପରେ ନାରାୟଣ ସେନାପତିଙ୍କ ଦ୍ୱରା ରାଷ୍ଟ୍ର ବନ୍ଦନା ଗାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ସମାଜସେବୀ ନରେନ୍ଦ୍ର ବେହେରା, ରୋଜା ପଣ୍ଡା, ପ୍ରେମଜୀ ଭାଇ, ପ୍ରଗତିକା ଦାସ, ଅକ୍ଷୟ କୁମାର କର୍ଣ୍ଣ, କୁମାର ଷ୍ଟାଲିନ, ମାନସ ରଞ୍ଜନ ମିଶ୍ର, ନୃଷିହାଂନନ୍ଦ ମହାପାତ୍ର, ରମେଶ ଚନ୍ଦ୍ର ସାହୁ, ରବି ପ୍ରଧାନ, ବବିତା ଦାସ ମହାପାତ୍ର, ପିତବାସ ଦଳ ବେହେରା, ସବିତା ମେହେର, ସୁରେନ୍ଦ୍ର ମହାନ୍ତିଙ୍କ ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୪୦ଜଣ ସମାଜସେବୀଙ୍କୁ ‘ରାଧାଗୋବିନ୍ଦ ସ୍ୱଚ୍ଛ ଭାରତ ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ପ୍ଲାଷ୍ଟିକ ବ୍ୟାଗ ବର୍ଜନ କରିବା ପାଇଁ ସଚେତନତା ସ୍ୱରୁପ ସହିତ ୪୦୦ଲୋକଙ୍କୁ କପଡା ବ୍ୟାଗ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଧାଗୋବିନ୍ଦ ଫାଉଣ୍ଡେସନ ର ସଦସ୍ୟ ଅରୁପ କୁମାର ରାଉତ, ଅଶୋକ କୁମାର ପଣ୍ଡା, ସୁଦର୍ଶନ ସାହୁ, ଅରୁଣ କୁମାର ହାତୀ, ସୁଶାନ୍ତ କୁମାର ଜେନା, ପଙ୍କଜ କୁମାର ବେହେରା, ରାଜକିଶୋର ପରିଡା, ପ୍ରତାପ କୁମାର ଦାସ, କାର୍ତ୍ତିକେଶ୍ୱର ଦାସ, ଗୋପୀନାଥ ରାଉତ, ରାଜେଶ କୁମାର ମହାନ୍ତି, ସୌମ୍ୟରଞ୍ଜନ ମହାନ୍ତି, କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅନୁଷ୍ଠାନର ସକ୍ରୀୟ ସଦସ୍ୟ ଅଶ୍ୱିନୀ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।