ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ

ହାଟଡିହି,(ଯୁଗାବ୍ଦ ନ୍ୟୁଜ୍‌): ରାଧାଗୋବିନ୍ଦ ଫାଉଣ୍ଡେସନ ଜମ୍ଭରା ପକ୍ଷରୁ ହାଟଡିହି ତହସିଲ ସମ୍ମୁଖରେ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଧାଗୋବିନ୍ଦ ଫାଉଣ୍ଡେସନର ପ୍ରତିଷ୍ଠାତା ପଞ୍ଚାନନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହି କାର୍ଯ୍ୟକ୍ରମରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଯୋଗେଦଇ ସାମାଜିକ ଜନକଲ୍ୟାଣ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରିଥିଲେ । ସମ୍ମାନୀତ ଅତିଥି ଭାବେ ହାଟଡିହି ସରପଞ୍ଚ ଅନୁସୁୟା ସେଠୀ ଯୋଗଦେଇ ରାଧାଗୋବିନ୍ଦ ଫାଉଣ୍ଡେସନର ଏହିପରି ସମାଜ କଲ୍ୟାଣ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରସଂଶା କରିବା ସହିତ ଅଗାମି ଦିନରେ ଏହିପରି କାର୍ଯ୍ୟକ୍ରମ ମାନ ଚାଲୁ ରଖିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ତହସିଲ ନିକଟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯିବା ସହ ଶୀତରୁ ରକ୍ଷା ପାଇବାପାଇଁ ହାଟଡିହି, ବଞ୍ଚୋ, ସୁଲଣ, ଅକରୁଆ, ପଞ୍ଚୁଗୋଛିଆ ଆଦି ପଞ୍ଚାୟତର ୨୦୦ରୁ ଉର୍ଦ୍ଧ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁଦର୍ଶନ ମଲ୍ଲିକ, ଅରୁପ କୁମାର ରାଉତ, ରାଜକିଶୋର ପରିଡା, ପୁରୁଷୋତ୍ତମ ମହାନ୍ତି, ମୁକେଶ କୁମାର, ଦେବରାଜ ହାତୀ, ପଙ୍କଜ ବେହେରା, ସ୍ମୃତି ରଞ୍ଜନ ରାଉତ, ସୋମନାଥ ଦାସ, ସୁଦର୍ଶନ ସାହୁ, ରାଜକିଶୋର ମହାନ୍ତି, ନଳିନୀକାନ୍ତ ମହାନ୍ତି, କୈଳାଶ ଜେନାଙ୍କ ସମେତ ଅନେକ ଫାଉଣ୍ଡେସନର ସଦସ୍ୟ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ