ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ବୃକ୍ଷରୋପଣ

ହାଟଡିହି (ଓ୍ବାଇଏନ୍ଏସ୍) : ଜମ୍ଭରା ଗ୍ରାମରେ ଥିବା ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ଆଗିରିଆ ଓ ବାଲିପଦା ବୈତରଣୀ ନଦୀବନ୍ଧ ତଟରେ ବୃକ୍ଷରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ହଦଗଡ ରେଞ୍ଜର ସୁମିତ ମହାନ୍ତି, ଫରେଷ୍ଟର ଡମ୍ବରୁଧର ମହାନ୍ତ, ଫରେଷ୍ଟ ଗାର୍ଡ ବାପୁଜି ସାହୁ, ଫାଉଣ୍ଡେସନର ପ୍ରତିଷ୍ଠାତା ପଞ୍ଚାନନ ମହାନ୍ତି, ସଦସ୍ୟ ଅରୁପ କୁମାର ରାଉତ, ପଙ୍କଜ କୁମାର ବେହେରା, ରାଜେଶ କୁମାର ମହାନ୍ତି, ଭାବଗ୍ରାହୀ ବେହେରା, ଆକାଶ କୁମାର ବେହେରା, ସୁଶାନ୍ତ କୁମାର ଜେନା, କାର୍ତ୍ତିକେଶ୍ୱର ଦାସ, ଦେବାଶିଷ ନାୟକ, ରମେଶ ଖୁଣ୍ଟିଆ, ସୁଦର୍ଶନ ଜେନା, ମହେଶ୍ୱର ରାଉତ, ପ୍ରତାପ କୁମାର ଦାସ, ଦେବରାଜ ହାତୀ, ଜ୍ଞାନ ରଞ୍ଜନ ରାଉତ ପ୍ରମୁଖ ସାମିଲ ହୋଇ ୧୦୦ଟି କାଜୁ ଗଛ ଓ ଅନ୍ୟ ପ୍ରଜାତିର ୧୦୦ଟି ଗଛ ଲଗାଇଛନ୍ତି । ଗଛ ଗୁଡିକର କିପରି ଯତ୍ନ ନିଆଯିବ ତାହା ଉପରେ ସମସ୍ତେ ଗୁରୁତ୍ୱ ଦେଇଛନ୍ତି । ପୁର୍ବରୁ ମଧ୍ୟ ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ ସ୍ଥାନରେ ହଜାର ହଜାର ବୃକ୍ଷ ରୋପଣ କରାଯାଇ ତାହାର ଯତ୍ନ ନିଆଯାଇଛି ବୋଲି ପଞ୍ଚାନନ ମହାନ୍ତି ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ