ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ଚାରା ରୋପଣ

ହାଟଡିହି,(ଓ୍ବାଇଏନ୍ଏସ୍) : ରାଧାଗୋବିନ୍ଦ ଫାଉଣ୍ଡେସନ ହାବଳେଶ୍ୱର ପକ୍ଷରୁ ହାଟଡିହି ବ୍ଲକ ଡଅଁର ଗ୍ରାମରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନର ସଭାପତି ପଞ୍ଚାନନ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଙ୍କଜ ବେହେରା, ଅରୁଣ କୁମାର ହାତୀ, ରମେଶ ଖୁଣ୍ଟିଆ, ଭାବଗ୍ରାହୀ ବେହେରା, କାର୍ତ୍ତିକେଶ୍ୱର ଦଳେଇ, ସୁଧିର ଜେନା, ପ୍ରଭାତ ରାଉତ, ବିଶ୍ୱଦେବ ନାୟକ, ଆଶୁତୋଷ ରାଉତ, ସୌମ୍ୟରଞ୍ଜନ ରାଉତ, ପ୍ରୀୟରଞ୍ଜନ ନାୟକ, ପ୍ରକାଶ ରାଉତ, ଭୀମସେନ ଜେନା, ଚିତ୍ତରଞ୍ଜନ ନାୟକ, ମନୋଜ ବେହେରା, ସୁଶାନ୍ତ ରାଉତ, ଦିଲ୍ଲିପ ଜେନା, ଦୁସ୍ମନ୍ତ ଜେନା, ଗୌତ୍ତମ ଜେନା ପ୍ରମୁଖ ମତଶି ୨୦୦ରୁ ଉର୍ଦ୍ଧ ଚାରା ରୋପଣ କରିବା ସହିତ ଏହାର ଯତ୍ନନେଇ ବଡ ଦ୍ରୁମରେ ପରିଣତ କରିବାକୁ ସପଥ ନେଇଥିଲେ । ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ଭାରତର ବିଭିନ୍ନ ସ୍ଥାନରେ ଏପରି ଚାରା ରୋପଣ କାର୍ଯ୍ୟକ୍ରମ ମାନ କରାଯାଇ ପରିବେଶ ସୁରକ୍ଷା ଉପରେ ଲୋକମାନଙ୍କୁ ସଚେତନ କାର୍ଯ୍ୟକ୍ରମ ଚାଲୁ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ