ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ମାଗଣା ସିଲେଇ ତାଲିମ କେନ୍ଦ୍ର ଉଦଘାଟିତ 

ହାଟଡିହି,(ବିକାଶ ବିଶ୍ୱାଳ): ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ଶାଳବଣୀ ଠାରେ ଏକ ମାଗଣା ସିଲେଇ ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଫାଉଣ୍ଡେସନର ଅଧ୍ୟକ୍ଷ ପଞ୍ଚାନନ ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଉଦଘାଟନ ଉତ୍ସବରେ ଭାନୁପ୍ରଭା ହାଇସ୍କୁଲ ଜମ୍ଭରାର ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ରଣା ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବର୍ତ୍ତମାନ ସମୟରେ ଗ୍ରାମାଞ୍ଚଳର ମହିଳା ମାନେ କୌଣସି କାମଧନ୍ଦା ପାଇପାରୁ ନଥିବାବେଳେ କିପରି ସେମାନେ ନିଜେ ନିଜେ ଆତ୍ୱନିର୍ଭରଶୀଳ ହୋଇପାରିବେ ସେନେଇ ଏହି ତାଲିମ କେନ୍ଦ୍ର ଖୋଲାଯାଇଥିବା ଅଧ୍ୟକ୍ଷ ଶ୍ରୀ ମହାନ୍ତି ମତବ୍ୟକ୍ତ କରିଥିଲେ । ଶିକ୍ଷୟତ୍ରୀ ପିଙ୍କି ପଲେଇ ଓ ଶିକ୍ଷକ ବିଦୁ ବସନ୍ତିଆ ଛାତ୍ରୀ ମାନଙ୍କୁ ସିଲେଇ ତାଲିମ ପ୍ରଦାନ କରିଥିଲେ । ୪୦ଜଣ ଛାତ୍ରୀ ତାଲିମ ନେବାପାଇଁ ନାମ ପଞ୍ଜିକୃତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅରୁପ କୁମାର ରାଉତ, ପଙ୍କଜ କୁମାର ବେହେରା, ଚିତ୍ତରଞ୍ଜନ ମଲ୍ଲିକ, ମୁକେଶ କୁମାର ନାୟକ, ଦେବୀପ୍ରସାଦ ଗୁମାନ ସିଂ, ରାଜ କିଶୋର ପରିଡା, ହେମନ୍ତ କୁମାର ମହାନ୍ତି, ତପନ କୁମାର ରାଉତ, ଅରବିନ୍ଦ ପ୍ରଧାନ, ସୁଶାନ୍ତ କୁମାର ଜେନା, କାର୍ତ୍ତିକେଶ୍ୱର ଦାସ, ଦେବାଶିଷ ନାୟକ, ସ୍ୱୟଂ ପ୍ରକାଶ ମିଶ୍ର, ରାଜେଶ କୁମାର ମହାନ୍ତି, ପ୍ରତାପ କୁମାର ଦାସ, ଦେବରାଜ ହାତୀ, ରୁଦ୍ର ମାଧବ ଦେଓ, ଶଙ୍କର୍ଶଣ ଜେନା, ଅଜୟ କୁମାର ଜେନା ପ୍ରମୁଖ ଉପସ୍ଥିତ ରାହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ