ରାଧାଗୋଵିନ୍ଦ ମନ୍ଦିରରେ ରାଧାଷ୍ଟମୀ ଉତ୍ସବ

ହାଟଡିହି, (ବିକାଶ ବିଶ୍ୱାଳ):ରଧାଗୋବିନ୍ଦ ଫାଉଣ୍ଡେସନ ତରଫରୁ ହାଵଳେଶ୍ବର ଗ୍ରାମପଞ୍ଚାୟତର ଶାଳବଣି (ଜମ୍ଭରା) ଗ୍ରାମରେ ଥିବା ରାଧାଗୋଵିନ୍ଦ ମନ୍ଦିର ପ୍ରାଙ୍ଗଣରେ ରାଧାଷ୍ଟମୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟାରେ ମନ୍ଦିର ପଣ୍ଡିତଙ୍କ ଦ୍ୱାରା ସମସ୍ତ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ଥିଲା । ଏଥିରେ ଗ୍ରାମ ତଥା ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁମାନେ ଯୋଗ ଦେଇ ରାଧାକୃଷ୍ଣଙ୍କ ନିକଟରେ ଭୋଗ ଲାଗି କରିଥିଲେ। ଏହି ଉପଲକ୍ଷେ ଭଜନ ସମାରୋହ କାର୍ଯ୍ୟକ୍ରମ ସହିତ ଆଗନ୍ତୁକ ସମସ୍ତ ଭକ୍ତ ଏବଂ ଆଖପାଖ ଗ୍ରାମର ଲୋକମାନଙ୍କ ପାଇଁ ଭୋଜନର ବ୍ୟବସ୍ଥା ମଧ୍ୟ କରାଯଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଫାଉଣ୍ଡେସନର ସଭାପତି ଶ୍ରୀଯୁକ୍ତ ପଞ୍ଚାନନ ମହାନ୍ତି , ସଦସ୍ୟ ସୁଶାନ୍ତ ଜେନା, ଚନ୍ଦ୍ରକାନ୍ତ ପରିଡ଼ା, ମହେଶ୍ୱର ମହାନ୍ତି ଚିତ୍ତରଞ୍ଜନ ମଲ୍ଲିକ, ସୁଦର୍ଶନ ମଲ୍ଲିକ ସୌରି ରଞନ ମହାନ୍ତି, ସତ୍ୟବାନ୍ ମାଝୀ, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁରୁଖୁରୁରେ ପରିଚାଳନା କରିଥିଲେ।

Spread the love

Advertisement

ଏବେ ଏବେ