ରାଧାଦେଇପୁର ଓ ପାଟପୁର ଗ୍ରାମ ପଞ୍ଚାୟତ ରେ ବିକଶିତ ଭାରତ ରଥ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ବିକଶିତ ଭାରତ ରଥ କୁ ରାଧାଦେଇପୁର ଗ୍ରାମ ପଞ୍ଚାୟତ ଓ ପାଟପୁର ଗ୍ରାମ ପଞ୍ଚାୟତ ରେ ଭବ୍ୟ ସମର୍ଦ୍ଧନା ଦିଆ ଯାଇ ଥିଲା |ପରେ ଏହି ବିକଶିତ ରଥ କାର୍ଯ୍ୟକ୍ରମ କୁ ବିଜେପି ର ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟ କାରିଣି ସଦସ୍ୟ ଶ୍ରୀ ବିଜୟ କୁମାର ସ୍ୱାଇଁ ଉଭୟ ପଞ୍ଚାୟତ ର ଦୀପ ପ୍ରଜ୍ବଳନ କରି ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ |କେନ୍ଦ୍ର ସରକାର ଙ୍କ ବିଭିନ୍ନ ଯୋଜନା ର ସଫଳତା ଓ ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ଦୃଢ ନିଷ୍ଠା ଓ ନେତୃତ୍ୱ ଦ୍ୱାରା ଭାରତ ର ବିକାଶ ହେବା ସହିତ ଦେଶର ସମ୍ମାନ ଓ ସ୍ୱାଭିମାନ ବଢିଥିବା କଥା ମୁଖ୍ୟ ଅତିଥି ଶ୍ରୀ ସ୍ୱାଇଁ ମତବ୍ୟକ୍ତ କରିଥିଲେ |ଉଭୟ କାର୍ଯ୍ୟକ୍ରମ ରେ ରାଧାଦେଇପୁର ପଞ୍ଚାୟତ ର ସରପଞ୍ଚ ଡି ,ରାକେଶ ପାତ୍ର, ସମିତି ସଭ୍ୟ ନୀଳାଞ୍ଚକ ପ୍ରଧାନ, ନାଏବ ସରପଞ୍ଚ ଶ୍ରୀମତୀ ସଂଗୀତା ସାହୁ ପାଟପୁର ସରପଞ୍ଚ ଶ୍ରୀମତୀ ବିଜୟ ଲଷ୍ମୀ ବରାଡ,ନାଏବ ସରପଞ୍ଚ ଶ୍ରୀ ଅରୁଣ ଜେନା, ପିଇଓ ସତ୍ୟବ୍ରତ ସମନ୍ତରାୟ, ଜିଆର୍ଏସ। ସିମାଞ୍ଚଳ ମଲ୍ଲିକ, ସନ୍ଧ୍ୟାରାଣୀ ସେଠି, ଯୋଗାଣ ସହାୟକ ବାପୁନି ସେଠି, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଗଦାଧର ସ୍ୱାଇଁ, ଜିଲ୍ଲା ଯୁଭାମୋର୍ଚା ସଭାପତି ଏମ,ଚିନ୍ମୟ ରେଡି, ମଣ୍ଡଳ ସଭାପତି ଶ୍ରୀ ଗୌତମ ରଣା, ୱାର୍ଡ ସଭ୍ୟ ପୀତବାସ ଶୁଆସିଆ, ଅମିତା ନାୟକ, ସାରଥୀ ପ୍ରଧାନ ଙ୍କ ସମେତ ବହୁ ପଞ୍ଚାୟତ ବାସି ଉପସ୍ଥିତ ଥିଲେ | ଉଭୟ ସଭାରେ ଶ୍ରୀ ସ୍ୱାଇଁ ସ୍ୱଚ୍ଛତା ପାଇଁ ଶପଥ ପାଠ କରାଇଥିଲେ |ପରେ ଉଭୟ ପଂଚାୟତ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ମାନ ପତ୍ର ସହ ଉପହାର ଦିଆ ଯାଇଥିଲା |


